ନିଖିଳ ଓଡିଶା ବ୍ୟାଙ୍କ ସୁନା ମୂଲ୍ୟ ନିର୍ଦ୍ଧାରଣକାରୀ ସଙ୍ଘ ବୈଠକ !

ଢେଙ୍କାନାଳ :ପୁରୀ ସହରସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର ସମ୍ମିଳନୀ କକ୍ଷରେ ନିଖିଳ ଓଡିଶା ବ୍ୟାଙ୍କ ସୁନା ମୂଲ୍ୟ ନିର୍ଦ୍ଧରଣକାରୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆବାହକ ଗଣେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ସମଗ୍ର ଓଡିଶାରୁ ପ୍ରାୟ ୧୫୦ରୁ ଉଦ୍ଦ୍ୱର୍ ଜିଲ୍ଲାସ୍ତରୀୟ ପ୍ରତିନିଧି ଓ କର୍ମକର୍ତା ଯୋଗଥିଲେ । ପାରମ୍ଭରେ ଅତିଥିମାନଙ୍କର ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଦିଆଯାଇଥିଲା । ଆବାହକ ଶ୍ରୀ ସାହୁ ଏହି ସଙ୍ଘର ଆଭିମୁଖ୍ୟ, ଦାୟିତ୍ୱ ଏବଂ ସାଙ୍ଗଠାନିକ କାର୍ଯ୍ୟକାରିତାକୁ ନେଇ ଆଗାମୀ ଦିନରେ ସଙ୍ଘର ଦୃଢୀକରଣ ସମ୍ପର୍କରେ ବିଷଦ ଭାବେ ଅବଗତ କରାଇଥିଲେ ।

ସମ୍ମାନିତ ଅତିଥି ଭାବେ ଢେଙ୍କାନାଳରୁ ସଦାଶିବ ମହାପାତ୍ର ସଙ୍ଘର ଦୃଢୀକରଣ, ଦକ୍ଷତା, ନୀତିନିର୍ଦ୍ଧାରଣ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ, ଅନ୍ୟତମ ଅତିଥି ଭାବେ ଜେ. ଧର୍ମରାଜ ଆଚାରୀ, ମୃତ୍ୟୁଞ୍ଜୟ ମହାପାତ୍ର, କଲ୍ୟାଣ ସାହୁ, ଅକ୍ଷୟ କୁମାର ସାହୁ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଓଡିଶାର ସମସ୍ତ ଜିଲ୍ଲାରେ କିପରି ସଭ୍ୟ ସଂଗ୍ରହ କରାଯାଇ ଆଗାମୀ ଦିନରେ ଏହାକୁ ଏକ ବୃହତ୍ ସଂଘ ଭାବେ ଗଢିତୋଳିବା ନିମିତ ପ୍ରତି ଜିଲ୍ଲାରେ ବୈଠକ କରି ସଙ୍ଘ କାର୍ଯ୍ୟକ୍ରମକୁ ଦୃଢୀଭୂତ କରିବା ପାଇଁ ମତ ଦେଇଥିଲେ । ସଭା ପ୍ରାରମ୍ଭରେ ଏହି ରେମନ ସାହୁ ଅତିଥି ପରିଚୟ ଓ ସଂଚାଳନା କରିବା ସହିତ ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

ten − two =