ଭୁବନ; ବଣିକ ସଂଘ ତରଫରୁ ନୂତନ ନଗରପାଳଙ୍କୁ ସମ୍ବର୍ଦ୍ଧନା !

ଢ଼େଙ୍କାନାଳ: ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ ତରଫରୁ ଭୁବନ ର ନୂତନ ନଗରପାଳ ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ସାହୁଙ୍କୁ ସମ୍ବର୍ଦ୍ଧନା କରାଯାଇଛି ।

ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଭୁବନ ର ବିକାଶ ଦିଗରେ ପୌର ପରିଷଦ କାର୍ଯ୍ଯ କରିବା ନେଇ ସଂଘ ନଗରପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏଥିସହିତ ଅନେକ ସମସ୍ୟାର ସମାଧାନ ଦିଗରେ ଆଲତଚନା କରାଯାଇଥିଲା । ଶେଷରେ ନଗରପାଳ ଭୁବନ ର ବିକାଶ ଦିଗରେ ଯାହା କିଛି ସମ୍ଭବ ତାହା କରିବେ ବୋଲି ନିଜ ର ମତ ପ୍ରକାଶ କରିଥିଲେ ଏବଂ ଏଥିସହିତ ସଂଘ ର ସହଯୋଗ କାମନା କରିଥିଲେ ।

ମହାଲକ୍ଷ୍ମୀଙ୍କ ମନ୍ଦିର ଗୃହ ମଧ୍ଯରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସଂଘର ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି , ସମ୍ପାଦକ ଭବାନୀ ଶଙ୍କର ବେହେରା, କୋଷାଧ୍ୟକ୍ଷ ବସନ୍ତ କୁମାର ପୋଥାଳ, ବରିଷ୍ଠ ସଦସ୍ଯ ଅକ୍ଷୟ କୁମାର ପାତ୍ର, ରମେଶ ଚନ୍ଦ୍ର ପୃଷ୍ଟି, ଗତିକୃଷ୍ଣ ବିହାରୀ, ପ୍ରଭାସ କୁମାର ସେନାପତି, କୈଳାସ ଚନ୍ଦ୍ର ରାଠୀ, ଚନ୍ଦନ ଗୁଲଗୁଲିଆ, ସାତ ନମ୍ବର ୱାର୍ଡ କାଉନସିଲର ତଥା ବଣିକ ସଂଘ କାର୍ଯ୍ଯକାରୀ କମିଟି ସଦସ୍ଯ ନରେନ୍ଦ୍ର ବେହେରା ସମେତ ବହୁ ପ୍ରମୁଖ ସଦସ୍ଯ ଯୋଗ ଦେଇଥିଲେ ।

Leave A Reply

Your email address will not be published.

16 − 5 =