ଭୁବନ;ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ !

ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ମଠକରୋଗୋଳା ମହାବିଦ୍ୟାଲ୍ୟୟ ପରିସରରେ ଆଜି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ସାହାୟତାରେ ଆରମ୍ଭ ହୋଇଥିବା ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ ହୋଇଯାଇଛି I

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାଶ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସାମ୍ପାଟ୍ରିକ ପରିସ୍ଥିତି ରେ ଛାତ୍ରୀ ମାନେ ନିଜକୁ ସୁରକ୍ଷିତ ରଖିବାକୁ ହେଲେ ଆତ୍ମ ରକ୍ଷା କୌଶଳ ତାଲିମ ରହିଛି ବୋଲି ସେ କହିଥିଲେ I ସଂମାନିତ ଅତିଥିଭାବେ ଡା କୈଳାସ ଚନ୍ଦ୍ର ଦାଶ ଯୋଗ ଦେଇ ନାରୀ ମାନଙ୍କର ଗୁରୁତ୍ୱ ସମ୍ପର୍କରେ ଆଲୋକ ପାତ କରିଥିଲେ I

୧୫୪ ଜଣ ଛାତ୍ରୀଙ୍କୁ ନେଇ ୮ ଦିନ ଧରି ଦୁଇଟି ଭାଗରେ ବିଭକ୍ତ କରାଯାଇ ଏହି ଶିବିରରେ ତାଲିମ ଦିଆଯାଉଥିଲା ।ଏହି ଶିବିରରେ ଛାତ୍ରୀ ପିନାକି ସ୍ୱାଇଁ ଓ ବର୍ଷାରାଣୀ ବେହେରା ମାଷ୍ଟର ଟ୍ରେନର ଭାବେ ଯୋଗ ଦେଇ ତାଳିମି ପ୍ରଦାନ କରିଥିଲେ.ଉକ୍ତ ଶିବିରକୁ ସଂଯୋଜକ ଅଧ୍ୟାପକ ପ୍ରଶାନ୍ତ କୁମାର ମିଶ୍ର ପରିଚାଲନା କରିଥିବା ବେଳେ ଅଧ୍ୟାପକା ଅର୍ଚିତା ମହାମାନସିଂ,ଦିପ୍ତିମୟୀ ସାହୁ, ସବିତା ଦେହୁରୀ, ପ୍ରମୋଦିନୀ ପରିଡା, ଡେମୋନେଷ୍ଟରେ ସାଗରୀକା ଜେନା, ଗୀତାଞ୍ଜଳି ଦେଇ,ଅଜୟ କୁମାର ପୃଷ୍ଟି, ରମେଶ ନାଏକ ପ୍ରମୁଖ ସାହାୟତା ପ୍ରଦାନ କରିଥିଲେ l

Leave A Reply

Your email address will not be published.

18 + twenty =