ଢ଼େଙ୍କାନାଳ : ମହାମାରୀ କରୋନା ପୁନର୍ବାର କାୟା ବିସ୍ତାର କରିଛି । ଦିନକୁ ଦିନ କରୋନା ରୋଗୀ ଙ୍କ
ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ଏଥି ସକାଶେ ରାଜ୍ୟ ସରକାର ସମସ୍ତ ଡାକ୍ତରଖାନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନାକୁ ପ୍ରତିହତ କରିବା ସକାଶେ ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୁପ ଏକ ମକଡ୍ରିଲ ଅନୁଷ୍ଠିତ ହୋଇଥିଲା ।
ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା.ରମେଶ କୁମାର ସାହୁ ସଂକ୍ରମଣ ବିରୋଧୀ ପ୍ରତିକାର ବ୍ୟବସ୍ଥା ସଂପର୍କରେ ସୂଚନା ଦେଇଥିଲେ । ଆକାଉଟାଣ୍ଟ ଶୁଭକାନ୍ତ ଆଚାର୍ଯ୍ୟ , ଷ୍ଟାପନର୍ସ ବନିତା କୁମାରୀ ସାହୁ , କଳ୍ପନା ମିଶ୍ର , ୱାର୍ଡ ଆଟେନାଣ୍ଟ ଶିବ ପ୍ରସାଦ ମିଶ୍ର ,ମାୟାଧର ମହାନ୍ତି , ସୌମ୍ୟ ରଂଜନ ମଙ୍ଗୁଆଳ ,ମେଡିକାଲ ରେକର୍ଡ ଆସିଷ୍ଟାଣ୍ଟଲିଜା ରଣା ଓ ସିକ୍ୟୁରିଟି ଗାର୍ଡ ଅମିତ ମିଶ୍ର ପ୍ରମୁଖ ଏହି ମକ ଡ୍ରିଲ ରେ ଅଂଶ ଗ୍ରହଣ କରିଥିଲେ ।