ଭୁବନରେ ମେରୁ ଯାତ୍ରା ଉଡା ପର୍ବ ପାଳିତ !

ଢ଼େଙ୍କାନାଳ : ଭୁବନରେ ମହାବିଷୁବ ପଣାସଂକ୍ରାନ୍ତି ଅବସରରେ ପୂର୍ବରୁ ମେରୁ ଯାତ୍ରା ଉଡା ପର୍ବ ପାଳିତ ହେଉଥିଲା ବେଳେ ଗତ କିଛି ବର୍ଷ ହେଲା ବନ୍ଦ ହୋଇଯାଇଥିଲା ।

ଚଳିତ ବର୍ଷ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ପ୍ରଚେଷ୍ଟା ରେ ପୁନର୍ବାର ମେରୁ ଯାତ୍ରା ଉଡା ପର୍ବ ଅନୁଷ୍ଠିତ ହୋଇଥିଲା । ନଗରପାଳ ଶ୍ରୀଯୁକ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଡା ପର୍ବକୁ ଉଦଘାଟନ କରିଥିଲେ । ଦଳିତ ସଂପ୍ରଦାୟର ମାନସିକ ବ୍ରତ
ଧାରୀ ୬ ଜଣ ପାଟୁଆ ପିଠିରେ କଣା୍ଟ ଫୋଡାଇବା ସହ ବଡହାଟ ଠାରେ ଉଡାପର୍ବରେ ସାମିଲ ହୋଇଥିଲେ ।

ଦୀର୍ଘ ଦିନ ବ୍ୟବଧାନରେ ପୁନର୍ବାର ଉଡା ପର୍ବ ପାଳନ ହୋଇଥିବାରୁ ପ୍ରବଳ ଜନସମାଗମ ହୋଇଥିଲା ଓ ଏଥିପାଇଁ ନଗରପାଳ ଙ୍କୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଥିଲା ।

Leave A Reply

Your email address will not be published.

three × 3 =