ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !

ବୟସ ୮୦ ପୁରିଲା, ମିଳିଲାନି ଆବାସ ….
ଭଙ୍ଗା ଚାଳ ତଳେ ଜୀବନ ବିତାଉଛନ୍ତି ପରିଣତ ବୟସର ମା ଓ ଝିଅ !

ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ଗ୍ରାମର ପରିଣତ ବୟସର ଭଙ୍ଗା ଚାଳ ତଳେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି I ମା ପାର୍ବତୀ ମିଶ୍ର (୮୩) ଓ ଝିଅ. ଲିଲି ମିଶ୍ର (୬୩) ଦୁଇ ଜଣ ଅସହାୟ ଭାବେ ଜୀବନ ବିତାଉଛନ୍ତି I ପାର୍ବତୀ ମିଶ୍ର ଙ୍କ ସ୍ଵାମୀ ପାଖା ପାଖି ପାଞ୍ଚ ବର୍ଷ ଆରପାରିକୁ ଚାଲିଗଲେଣି ଦୁଇଟି ପୁଅ ଝିଅ I ପୁଅ ସବୁବେଳେ ବାହାରେ ରୁହନ୍ତି ଦିନକ ପାଇଁ ବି ଘରକୁ ଆସନ୍ତିନି ଝିଅ ଆଜକୁ ୨୦ ବର୍ଷ ହେବ ସ୍ଵମୀ ପରିତ୍ୟକ୍ତ ହୋଇ ମା ପାଖରେ ରହୁଛନ୍ତି I ପାଖରେ କେହିଜଣେ ଆହା ପଦେ କହିବାକୁ ନଥିବା ବେଳେ ଭାଗ୍ୟକୁ ଆଦରି ଜୀବନ ବଞ୍ଚିଛନ୍ତି I ମା ପାର୍ବତୀ ମିଶ୍ର ଏବେ ପରିଣତ ବୟସରେ ପହଞ୍ଚିଲେଣୀ ନିଜ କାମ ନିଜେ କରିବା ପାଇଁ ଅସମର୍ଥ ହୋଇଥିବା ବେଳେ ଝିଅ ଉପରେ ନିର୍ଭର କରିଥାନ୍ତି I ମୁଣ୍ଡ ଉପରେ ଖଣ୍ଡେ ପକ୍କା ଘର ନାହିଁ I ବର୍ଷା ଝଡ ତୋଫାନ ଆସିଲେ ମୁଣ୍ଡ ଉପରେ ଭାଳେଣି ପଡେ I ଦୁଇ ତିନି ବର୍ଷ ହେବ ଚାଳ ଖଣ୍ଡିକ ଛପର ମଧ୍ଯ କରି ପାରିନାହାନ୍ତି I ସରକାରଙ୍କର ତରଫରୁ ଯେଉଁ ସହାୟତା ମିଳୁଛି ତାହା ମହଙ୍ଗା ଯୁଗରେ ଦୈନଦିନ ବଞ୍ଚିବା କଷ୍ଟକର ହୋଇପଡ଼ୁଥିବା ବେଳେ ଚାଳ ଖଣ୍ଡିକ ଛପର କରିବା ଦୂରରେ ଥାଉ I ଏପଟେ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଗରିବ ଓ ଅସହାୟ ମାନଙ୍କୁ ଚିହ୍ନଟ କରି ଆବାସ ଯୋଜନା ରେ ସାମିଲ୍ କରି ପକ୍କା ଦେଉଥିବା ବେଳେ ଏହି ପରି ଅସହାୟ ପରିବାର କିପରି ବଞ୍ଚିତ ହେଉଛନ୍ତି ତାହା ଏଠି ପ୍ରଶ୍ନବାଚୀ ସୃଷ୍ଟି କରିଛି I ପାର୍ବତୀ ମିଶ୍ର କୁହନ୍ତି ମୋତେ ବୟସ ଆସି ୮୦ ପାର ହେଲାଣି ଆଉ କେତେ ଦିନ ବଞ୍ଚିବିଯେ ସରକାରଙ୍କ ଠାରୁ ଘର ଆଶା କରିବି I ଭୋଟ୍ ବେଳେ କେତେ ସରପଞ୍ଚ ଆସି କୁହନ୍ତି ଘର ଆସିବ ତାପରେ ଆଉ ଦିନକ ପାଇଁ ମଡା ପକାନ୍ତି ନାହିଁ I ମୋର ନହେଲା ନାହିଁ ମୋ ଝିଅକୁ ଖଣ୍ଡେ ଘର ଦିଅନ୍ତୁ ସରକାର କୋହ ଭରା କଣ୍ଠରେ ଜଣାଇଛନ୍ତି I ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଅସହାୟ ମା ଝିଅ ଙ୍କୁ ଆବାସ ଯୋଜନାରେ ସାମିଲ୍ କରିବା ପାଇଁ ସାହି ବାସିନ୍ଦା ନିବେଦନ କରିଛନ୍ତି I

Leave A Reply

Your email address will not be published.

16 − eleven =