୧୮ତମ ରାସୋଳ ମହୋତ୍ସବ ଉଦଘାଟିତ !

ଢ଼େଙ୍କାନାଳ : ହିନ୍ଦୋଳ ଉପଖଣ୍ଡ ରାସୋଳ ହାଟ ପଡ଼ିଆ ଠାରେ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ୧୮ତମ ରାସୋଳ ମହୋତ୍ସବ ଉଦଘାଟିତ ହୋଇଯାଇଛି। ରାସୋଳ ବିକାଶ ପରିଷଦ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପରିଷଦର ସଭାପତି ମହେଶ୍ୱର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। 

ହିନ୍ଦୋଳ ବିଧାୟିକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା , ବ୍ଳକ୍ ଅଧ୍ୟକ୍ଷା ଓ ରାସୋଳ ସରପଞ୍ଚ ଙ୍କ ସମେତ ଅନ୍ୟ ଅତିଥି ପ୍ରମୁଖ ଯୋଗଦେଇ ରାସୋଳ ରେ ଏଭଳି ଏକ ମହୋତ୍ସବ ଆୟୋଜନ କରିଥିବାରୁ ଅତିଥି ମାନେ ଆୟୋଜକ କମିଟି ଏବଂ କର୍ମକର୍ତ୍ତା ଙ୍କୁ ପ୍ରଶଂସା କରିବା ସହ ଅନୁଷ୍ଠାନ ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ପରିଷଦର ସମ୍ପାଦକ ଭାସ୍କର ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।

ହଜାର ହଜାର ସଂଖ୍ୟାରେ  ଲୋକମାନେ କାର୍ଯ୍ୟକ୍ରମରେ ଯୋଗଦେଇ ମହୋତ୍ସବ କୁ ମନଭରି ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା। ଶାନ୍ତି ଶୃଙ୍ଖଳା ନିମନ୍ତେ ରାସୋଳ ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.

4 × 5 =