ଦେବୋତର ବିଭାଗ ଜମିରୁ ମୂଲ୍ୟବାନ ଗଛ କାଟି ଦେଇଥିବା ଅଭିଯୋଗ : କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୂର୍ବତନ ବିଧାୟକ ନବୀନ ନନ୍ଦ ଦାବି !
ଢେଙ୍କାନାଳ : ଭୁବନ ତହସିଲ ମାଳପଡ଼ା ଗ୍ରାମରେ ଥିବା ଦେବୋତର ବିଭାଗ ଜମିରୁ କାଠ ଚୋରମାନେ ମୂଲ୍ୟବାନ ଗଛ କାଟି ଦେଇଥିବା ଅଭିଯୋଗ ହୋଇଛି ।
କାଠ ଗଣ୍ଡିଗୁଡ଼ିକ ଜଙ୍ଗଲ ନିକଟରେ ଗଦା ହୋଇରହିଛି । ଏ ନେଇ ଅବଗତ କରାଯିବା ସତ୍ୱେ ବିଭାଗୀୟ ପଦକ୍ଷେପ ନିଆଯାଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଦେବୋତର ବିଭାଗର ଉକ୍ତ ଜାଗା କପିଳାସ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ନାମରେ ରହିଛି ।
ଏନେଇ ଏହାର ବିଧବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୂର୍ବତନ ବିଧାୟକ ନବୀନ ନନ୍ଦ ଦାବି କରଛନ୍ତି । ସୂଚନାଯୋଗ୍ୟ, ମାଳପଡ଼ା ଗ୍ରାମରେ କପିଳାସ ପୀଠାଧୀଶ ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ନାମରେ ୩୧୨ ଏକର ଜମି ରହିଥିବା ସୂଚନା ମିଳିଛି ।