ଭୁବନ; ସହାୟତା ହାତ ବଢାଇଲା ବାଲୁଙ୍କେଶ୍ୱର ଗ୍ରାମ୍ୟ ଉନୟନ ସେବା ସଂଗଠନ !

ଢ଼େଙ୍କାନାଳ: ଭୁବନ ବ୍ଲକ ଗଡ଼ନୃଶିହଁ ପ୍ରସାଦ ପଞ୍ଚାୟତ ର କାଶୀପୁର ହରିଜନ ସାହିରେ ଖୋଲଣା ନାଏକଙ୍କ ଏକ ମାତ୍ରପୁଅ ଦିପୁ ନାଏକ (୨୫) ଏକ ସପ୍ତାହ ହେବ ଟିଭି ରୋଗରେ ଆକ୍ରାନ୍ତ ହୋଇ ଅର୍ଥ ଅଭାବରୁ ମୃତୁ ବରଣ କରିଛନ୍ତି । ପିତା ଅଭି ନାଏକ ଯିଏକି ଜଣେ ଭିନ୍ନକ୍ଷମ ହୋଇଥିବା ହେତୁ ପୁଅ ର ଚିକିତ୍ସା କରାଇ ପାରି ନଥିଲେ I

ଏ ସମ୍ପର୍କରେ ପଳାସ ପିଠିଆ ର ବଜରଙ୍ଗୀ ଦଳ ସଭାପତି ରାକେଶ ରଞ୍ଜନ ମହାପାତ୍ର ମଝିପାଳ ଗ୍ରାମର ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଗ୍ରାମ୍ୟ ଉନୟନ ସେବା ସଂଗଠନ ପ୍ରତିଷ୍ଠାତା ସୁଧାଂଶୁ ମିଶ୍ର ଙ୍କୁ ଅବଗତ କରାଇବା ପରେ ସଂଗଠନର କର୍ମ କର୍ତା ଓ ଭୁବନ ବ୍ଲକ ଦୁଇ ନମ୍ବର ଜୋନ୍ ଜିଲାପରିସଦ ରାମେଶ୍ ଚନ୍ଦ୍ର ଶାହୁ, ଧଳପଡା ପଞ୍ଚାୟତ ସରପଞ୍ଚ ଶ୍ରୀନିବାସ ବେହେରା, ବାରଆଁ ପଞ୍ଚାୟତ ସରପଞ୍ଚ ବୀଣାପାଣି ସାହୁଏବଂ ଗଡନୃସିଂହ ପ୍ରସାଦ ସରପଞ୍ଚ ଝିଲି ବେହେରା ଓ ବଜରଙ୍ଗିଦଳ ର ସଦସ୍ୟ ମାନେ କାଶୀପୁର ହରିଜନ ସହିକୁ ଯାଇ ମୃତୁ ବରଣ କରିଥିବା ବାପି ନାଏକ ମା ଖୋଲଣା ନାଏକ ଙ୍କୁ ଭେଟି ସମବେଦନା ଜଣାଇବା ସହ ବାକୁଙ୍କେଶ୍ୱର ସେବାସଙ୍ଗଠନ ତରଫରୁ ୧୦, ୫୩୦ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି

Leave A Reply

Your email address will not be published.

eleven − six =