ଭୁବନ ବରିଷ୍ଠ ନାଗରିକ ସଂଘ ତରଫରୁ ବୈଠକ ଅନୁଷ୍ଠିତ !

ଢ଼େଙ୍କାନାଳ : ଭୁବନ ବରିଷ୍ଠ ନାଗରିକ ସଂଘ ତରଫରୁ ଏକ ବୈଠକ ସ୍ଥାନୀୟ ବରିଷ୍ଠ ନାଗରିକ ସଂଘ ଗୃହ ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ରେ କରୋନାରେ ଇହଧାମ ତ୍ଯାଗ କରିଥିବା ଦିଗବନ୍ତ ଙ୍କ ଉଦ୍ଦେଶ୍ଯ ରେ ନିରବ ପାର୍ଥନା କରାଯାଇଥିଲା ।

ଭୁବନ ଅଞ୍ଚଳରେ ଦେଖାଯାଇଥିବା ବିଭିନ୍ନ ସମସ୍ୟା ଓ ସମାଧାନ ଦିଗରେ ଆଲୋଚନା କରାଯାଇଥିଲା । ମୁଖ୍ଯତଃ ସହରର ମୁଖ୍ଯ ରାସ୍ତା ଯାହା କାଳୀବଜାର ଦେଇ ଯାଇଛି ତାହାର ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ ନେଇ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ । ସେହିପରି ଭୁବନ ର ଲୋକମାନଙ୍କର ସୁବିଧା ଓ ସୁରକ୍ଷା ଦୃଷ୍ଟିରୁ ରାତ୍ରିକାଳୀନ ବସ ଗୁଡିକର ଯାତାୟାତ ସହର ମଧ୍ଯ ଦେଇ ଓ କାଳୀବଜାର ମଧ୍ଯ ଭାଗରେ ରହଣୀ ନିମନ୍ତେ ଦାବି ଉପସ୍ଥାପନ ନେଇ ବିଭାଗିୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯିବାକୁ ସ୍ଥିର ହୋଇଛି ।

ଭୁବନ ପୌରାଞ୍ଚଳ ମଧ୍ଯରେ ରହିଥିବା ସମସ୍ତ ଶ୍ମଶାନ ଘାଟର ରକ୍ଷଣାବେକ୍ଷଣ ଓ ସହାୟକ ନିଯୁକ୍ତି କରାଯିବାକୁ ନେଇ ପୌର ପରିଷଦ ନିକଟରେ ପ୍ରସ୍ତାବ ରଖାଯିବାକୁ ମଧ୍ଯ ଆଲୋଚନା କରାଯାଇଥିଲା ।
ଉକ୍ତ ବୈଠକ ରେ ବରିଷ୍ଠ ନାଗରିକ ସଂଘ ର ସଭାପତି ଶ୍ରୀଧର ବେହେରା, ସମ୍ପାଦକ ମାଧବାନନ୍ଦ ସାହୁ, ବିଦ୍ୟାଧର ବିହାରୀ, ବେଣୁଧର ଗୁରୁ, ବ୍ରହ୍ମାନନ୍ଦ ସାହୁ, ନନ୍ଦ କିଶୋର ସାହୁ,ମନମୋହନ ସାହୁ,ଚିତରଞ୍ଜନ ସାହୁ,ରଘୁନାଥ ବେହେରା,ରାଜକିଶୋର ମିଶ୍ର ,ପ୍ରଭାତ କୁମାର କୁଅଁର ଏବଂ ଅନ୍ୟ ସଦସ୍ଯବୃନ୍ଦ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

three × three =