ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ଜଳଛତ୍ର !

ଢେଙ୍କାନାଳ : ରଥଗଡ଼ା ଅଞ୍ଚଳରେ ଅତ୍ୟଧିକ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟି ରେ ରଖି ସାଇ ସତସଙ୍ଗ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ଏକ ଜଳଛତ୍ର ଉଦଘାଟନ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ପୌର ଅଧକ୍ଷ ଜୟନ୍ତୀ ପାତ୍ର ଓ ପୌର କାର୍ଯ୍ୟନିବାହୀ ଅଧିକାରୀ ଅତନୁ ସବ୍ୟସାଚୀ ଯୋଗଦେଇଥିଲେ । ସହର ରେ ଅସହ୍ୟ ତାତି ଓ ଗୁଳୁଗୁଳି ପାଇଁ ଜନଜୀବନ ଅସ୍ତବ୍ୟସ୍ତ. ଏହି ଜଳଛତ୍ର ଦ୍ୱାରା ବଜ଼ାର ରେ ଥିବା ଉଠା ଦୋକାନୀ ଗ୍ରାହକ ଓ ଯାତାୟାତ କରୁଥିବା ସର୍ବସାଧାରଣ ଉପକୃତ ହେବେ ବୋଲି ପୌର ଅଧକ୍ଷ କହିଥିଲେ.ଟ୍ରଷ୍ଟ ର ଅଧକ୍ଷ ଶିବ ପ୍ରସାଦ ପଣ୍ଡା ସୂଚନା ଦେଇଥିଲେ କି ଆଗାମୀ ଦିନ ରେ ସହର ର ବସଷ୍ଟାଣ୍ଡ, ରେଳ ଷ୍ଟେସନ,ମେଡିକାଲ ଓ ବାଜିଚଉକ ଠାରେ ଏହିପରି ଜଳଛତ୍ର ଖୋଲା ଯିବ ।

ଏଥି ସହିତ ପଶୁପକ୍ଷୀ ଙ୍କ ପାଇଁ ଜଳକୁଣ୍ଡ ରଖାଯିବ ଯାହାଦ୍ୱାରା କୌଣସି ମଣିଷ ଓ ଜୀବଜନ୍ତୁ ପାଣି ମୁନ୍ଦାଏ ପାଇଁ କଷ୍ଟ ନପାଇବେ । ଏହି ମହାନ କାର୍ଯ୍ୟ ରେ ମିଳିତ ପୂଜା କମିଟି ର ସଭାପତି ବିଶ୍ୱନାଥ ବେହେରା ଯୋଗଦେଇ ଟ୍ରଷ୍ଟ ର କାର୍ଯ୍ୟ କୁ ପ୍ରଶଂସା କରିଥିଲେ।ଏହି କାର୍ଯ୍ୟକ୍ରମ କୁ ସାଇ ସତସଙ୍ଗ ସେବା ଟ୍ରଷ୍ଟ ର ସଦସ୍ୟ ମାନେ ପରିଚାଳନା କରିଥିଲେ।

Leave A Reply

Your email address will not be published.

eleven + 3 =