କାଗଜ କଲମରେ ସୀମିତ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ :
ଶୋଷ ମେଣ୍ଟାଇ ପାରୁନି ପାନୀୟଜଳ ପ୍ରକଳ୍ପ !

ଢେଙ୍କନାଳ : ଭୁବନ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ପାନୀୟ ଜଳ ଯୋଗାଣ ରେ ସଙ୍କଟ ହେଉଥିବା ଦେଖିବାକୁ ମିଳିଛି ।

ଗ୍ରୀଷ୍ମ ଆରମ୍ଭ ରୁ ଉକ୍ତ ଗ୍ରାମକୁ ପାନୀୟଜଳ ଠିକ୍ ଭାବେ ଯୋଗାଣ ହେଉ ନଥିବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ଗ୍ରାମରେ ଅଧିକାଂଶ ଲୋକ ଅନୁସୂଚିତ ଜାତି ର ଲୋକ ବସବାସ କରୁଥିବା ରୁ ତନି ବର୍ଷ ତଳେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ସରକାରୀ ସ୍ତରରେ ଘୋଷଣା କରାଯାଇଛି ।

ଆଦର୍ଶ ଗ୍ରାମ ଭାବେ ଘୋଷଣା ପରେବି ଗ୍ରାମର ବିକାଶ ହେଲା ଭଲି ପ୍ରାଶାସନିକ ସ୍ତରରେ କୋଣସି ପଦକ୍ଷେପ ନିଆ ଯାଇନଥିବା ଦେଖିବାକୁ ମିଳିଛି I ଗ୍ରାମକୁ ପାନୀୟଜଳ ଯୋଗାଣ ପାଈଁ ସରକାର ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ପ୍ରକଳ୍ପ ନିର୍ମାଣ କରିଛନ୍ତି ହେଲେ ଦିର୍ଘ ଦିନ ହେବ ପାନୀୟଜଳ ସଠିକ୍ ଭାବେ ଯୋଗାଣ ହେଉନଥିବା ଅଭିଯୋଗ ହୋଇଛି I ହରିଜନ ସାହିରେ ୯୦ ଘର ବିଶିଷ୍ଟ ପରିବାର ପାଖା ପାଖି ୩୦୦ ରୁ ଉର୍ଦ୍ଧ ଲୋକ ବସ ବାସ କରୁଥିବା ବେଳେ ଦୈନିକ ପାଣି ଟୋପେ ପାଇଁ ଏହି ପାଣି ଟାଙ୍କି ଉପରେ ନିର୍ଭର କରିଥାନ୍ତି ।

ସଠିକ ଭାବେ ପାନୀୟଜଳ ଯୋଗାଣ ହେଉନଥିବା ରୁ ପାଖ ଏକ କିଲୋ ମିଟର ଦୂରତା ରେ ଥିବା କୂଅ ଉପରେ ନିର୍ଭର କରୁଛନ୍ତି । ଦୈନିକ ଅପରାହ୍ନରେ ରେ ମହିଳା, ଛୁଆ ପିଲା ଗରା ବଲଟି ଧରି ପାଣି ଆଣୁଥିବା ଦେଖିବାକୁ ମିଳୁଛି ।ଗ୍ରାମବାସୀ ଙ୍କ କହିବା କଥା ଦୈନିକ ପ୍ରକଳ୍ପ ଚାଲୁଛି ଗୋଟିଏ ଗରା କି ବାଲଟି ପୁରୁଚି କି ନାହିଁ ବନ୍ଦ ହୋଇଯାଇଛି ବାଧ୍ୟ ହୋଇ କୂଅ ପାଣି ବ୍ୟବହାର ପାଇଁ ସଂଗ୍ରହ କରୁଛୁ

ସ୍ତାନୀୟ ପ୍ରଶାସନ ପାନୀୟଜଳ ଯୋଗାଣ ଉପରେ ନଜର ଦେଉନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଆଗକୁ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ ତେଣୁ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି ।

Leave A Reply

Your email address will not be published.

three × two =