ଧର୍ମେନ୍ଦ୍ରଙ୍କ ଗଡ଼ରେ ବବିଙ୍କୁ ଗୁରୁ ଦାୟିତ୍ୱ : ଧର୍ମେନ୍ଦ୍ରଙ୍କୁ ଚେକ୍‌ମେଟ୍ ଦେବେ କି ବବି !

ଢ଼େଙ୍କାନାଳ: ବଦଳୁଛି ରାଜନୈତିକ ରଣନୀତି ଧର୍ମେନ୍ଦ୍ର ଙ୍କ ଗଡ଼ରେ ପଶିଲେ ବବି। ୨୦୨୪ ନିର୍ବାଚନ ପୁର୍ବରୁ ରଣନୀତିରେ ଆଣିଲେ ପରିବର୍ତ୍ତନ ଓଡ଼ିଶା ବିଜେପି ସଭାପତି ପରିବର୍ତ୍ତନ ପରେ ବିଜେଡି ୩୦ ଜିଲ୍ଲା ପର୍ଯ୍ୟବେକ୍ଷକ ବଦଳାଇଛି। ଏହି ପରିବର୍ତ୍ତନରେ ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲାଟିଛି, ତାହା ହେଉଛି ବିଜେଡି ସାଂଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କୁ ମିଳିଛି ୪ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ। ଯେଉଁଥିରେ ଅନୁଗୁଳ, ଢେଙ୍କାନାଳ, କେଉଁଝର ଏବଂ ସମ୍ବଲପୁର ସାମିଲ ଅଛି। କିଛିଦିନ ତଳେ ୨୦୨୪ରେ ସେ ନିର୍ବାଚନ ଲଢିବେ ନେଇ ଧର୍ମେନ୍ଦ୍ର ପ୍ରଧାନ ସ୍ପଷ୍ଟ କରିଥିଲେ । ଗତ କିଛି ମାସ ହେବ ଧର୍ମେନ୍ଦ୍ର ଢେଙ୍କାନାଳ, ଅନୁଗୁଳ ଏବଂ ସମ୍ବଲପୁରକୁ ଘନଘନ ଗସ୍ତ କରିବା ସହିତ ଅନେକ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ମଧ୍ୟ ଏଠାକୁ ଆଣିଛନ୍ତି। ଯାହା ଚର୍ଚ୍ଚା ହେଉଛି ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ନିର୍ବାଚନକୁ ଓହ୍ଲାଇ ପାରନ୍ତି। ସେହିପରି ଅନୁଗୁଳରେ ମଧ୍ୟ ଧର୍ମେନ୍ଦ୍ରଙ୍କ ବେଶ ପତିଆରା ରହିଛି। ତେଣୁ ରାଜ୍ୟ ବିଜେପିର ମଙ୍ଗୁଆଳ କୁହାଯାଉଥିବା ଧର୍ମେନ୍ଦ୍ରଙ୍କୁ ଚେକ୍‌ମେଟ୍ ଦେବା ଲାଗି ବବିଙ୍କୁ ଅନୁଗୁଳ ଏବଂ ଢେଙ୍କାନାଳ ଦାୟିତ୍ୱ ଦିଆଯାଇଛି।
ଆଉ କିଛି ମାସ ପରେ ନିର୍ବାଚନ ଥିବାରୁ ବିରୋଧିଙ୍କ ସକ୍ରିୟତା ବିଜେଡିର ଚିନ୍ତା ବଢାଇ ଦେଇଛି। ପୁଣିଥରେ ବିଜେପିର ମଙ୍ଗ ଧରିଥିବା ମନମୋହନ ସାମଲ ୨୦୨୪ରେ ସରକାର ଗଠନ ପାଇଁ କର୍ମିଙ୍କୁ ଆହ୍ୱାନ ଦେଇଛନ୍ତି। ସେହିପରି ପ୍ରଦେଶ କଂଗ୍ରେସ ନେତାମାନେ ମଧ୍ୟ ସକ୍ରିୟ ହେଲେଣି । ବିଜେଡିର ଏହି ତାଲିକାରେ କୌଣସି ଲୋକସଭା କିମ୍ବା ରାଜ୍ୟସଭା ସାଂସଦଙ୍କୁ ଦାୟିତ୍ୱ ମିଳି ନଥିବା ବେଳେ ବିଜେଡି ସଂଘଠନିକ ସ୍ତରରେ ପରିବର୍ତ୍ତନ ଆଣିବା ସହିତ ଏକା ଥରକେ ୩୦ ଜିଲ୍ଲାର ପର୍ଯ୍ୟବେକ୍ଷକ ପରିବର୍ତ୍ତନ କରିଛି ।

Leave A Reply

Your email address will not be published.

nineteen − six =