ଭୁବନରେ ଆମ୍ ଆଦମୀ ପାର୍ଟିର ପଞ୍ଚାୟତ ଇନଚାର୍ଜଙ୍କ ବୈଠକ !

ଢ଼େଙ୍କାନାଳ : ଭୁବନ ଏନଏସିର ବୁଦ୍ଧେଶ୍ବର ମନ୍ଦିର ପରିସରରେ ବିଭିନ୍ନ ପଞ୍ଚାୟତର ପ୍ରତିନିଧିମାନଙ୍କୁ ନେଇ ଏକ ପ୍ରତନିଧି ସମ୍ମିଳନୀ ଭୁବନ ବ୍ଲକ ଅଧ୍ୟକ୍ଷ ସଞ୍ଜୟ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ପଙ୍କଜ କୁମାର ନାୟକ ଯୋଗଦେଇ କର୍ମୀ ମାନଙ୍କୁ ପ୍ରତ୍ୟେକ ପଞ୍ଚାୟତରେ ସଂଗଠନ କରିବାପାଇଁ ଗୁରୁତ୍ୱ ଦେଇଥିଲେ l ଏହି କ୍ରମରେ ଭୁବନ ବ୍ଲକ ସଭାପତି ଶ୍ରୀ ମହାରଣା ଏବଂ ଭୁବନ ଏନଏସି ଦାୟୀତ୍ୱରେ କାର୍ଯ୍ୟରତ ଲୁଲୁ ସାହୁଙ୍କ ନେତୃତ୍ୱରେ ବିଭିନ୍ନ ୱାର୍ଡ ଏବଂ ପଂଚାୟତର ଦାୟୀତ୍ୱ ପ୍ରଦାନ କରିଥିଲେ ।

ଏନଏସିର ୩ ନଂ ୱାର୍ଡ ଗୋଡ଼ି ପାଟଣାରେ ପାନୀୟ ଜଳ ସମସ୍ୟା ଦୂର କରିବାପାଇଁ ସହରାଞ୍ଚଳ ଜଳ ଯୋଗାଣ ଅଧିକାରୀ ସୋନାଲି ନାୟକଙ୍କ ସହିତ ଫୋନ ଯୋଗେ ଆଲୋଚନା କରିଥିଲେ ଏବଂ ଆସନ୍ତା କାଲି ଏହାର ତର୍ଜମା କରି ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଅଧିକାରୀ ପ୍ରତିଶୃତି ଦେଇଥିଲେ ।

କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ବିଭୁ ରଞ୍ଜନ ସାହୁ ସଭା ପରିଚାଳନା କରିଥିବା ବେଳେ ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ ପଣ୍ଡା ଓ ସୋସିଆଲ ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଇ ଦଳର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।

ଭୁବନ ଏନଏସିର ବିଭିନ୍ନ ଓ୍ବାର୍ଡର କାର୍ଯ୍ୟକର୍ତ୍ତା ମଧ୍ୟରୁ ଓ୍ବାର୍ଡ ସଭାପତି ଦାୟିତ୍ଵ ପ୍ରଦାନ କରାଯାଇଥିଲା ବେଳେ କାମାକ୍ଷାନଗରର ମହିଳା ନେତ୍ରୀ ରଞ୍ଜୁବାଳା ନାୟକଙ୍କୁ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ମହିଳା ସଭାନେତ୍ରୀ ରୁପେ ଦାୟିତ୍ଵ ପ୍ରଦାନ କରାଯାଇଥିଲା।

ଏହି ବୈଠକରେ ଜିଲ୍ଲା ପରିଷଦ ପାର୍ଥୀ ମଧୁସୂଦନ ମଲିକ, ବାଦଲ ମଲିକ, ଗଗନ ମଲିକ, ତ୍ରିଲୋଚନ ବେହେରା ସତ୍ୟପ୍ରିୟ ରାଉତ ପ୍ରମୁଖ ଅନେକ କର୍ମୀ ଯୋଗଦେଇ ଥିଲେ ତଥା କିଛି ନୂଆ ସାଥି ଦଳରେ ଯୋଗ ଦେଇଥିଲେ l ଶେଷରେ ଗଁଦିଆ ବ୍ଲକ ସଭାପତି ଶେଷଦେବ ବେହେରା ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ।

Leave A Reply

Your email address will not be published.

18 − four =