ଢେଙ୍କାନାଳ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଏକ ବୃହତ ପାର୍କ ନିର୍ମାଣ ସକାଶେ ରାଜ୍ୟ ସରକାର ୭୫ ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ ।
ସଠିକ ସ୍ଥାନ ନିରୁପଣ ଓ ଜବରଦଖଲ ଉଚ୍ଛେଦ ହୋଇ ନପାରିବା କାରଣରୁ ଅନୁଦାନ ଫେରିଯିବାକୁ ବସିଥିଲା । ସମସ୍ୟାକୁ ଅନୁଭବ କରି ଓ ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନଗରପାଳ ଶୁଭେନ୍ଦୁ କୁମାର ସାହୁ ଏହି ଘଟଣା ସଂପର୍କରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ସମେତ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ , ଭୁବନ ତହସିଲଦାର ଅଂଶୁମାନ ମହାପାତ୍ର , ଅତିରିକ୍ତ ତହସିଲଦାର ରାଜୀବ ଲୋଚନ ବେହେରା , ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରଂଜନ କୁମାର ଦେ , ଭୁବନ ଥାନା ଆଇ ଆଇ ସି ସୌଭାଗ୍ୟ କୁମାର ସ୍ୱାଇଁ ପୋଲିସ ଫୋର୍ସ ଙ୍କ ସହାୟତାରେ ବୁଦ୍ଧେଶ୍ୱର ମନ୍ଦିର ନିକଟସ୍ଥ ପାର୍କ ପାଇଁ ଚିହ୍ନଟ ଜାଗାକୁ ଯାଇ ଜବରଦଖଲ ମୁକ୍ତ କରିଥିଲେ ।
କେତେକ ବେଆଇନ ଜବରଦଖଲକାରୀ ନଗରପାଳ ଙ୍କ ଅନୁରୋଧ ରକ୍ଷା କରି ସ୍ୱେଚ୍ଛାକୃତ ଭାବେ ଜବରଦଖଲରୁ ଓହରି ଯାଇ ପାର୍କ ପାଇଁ ଜମି ଦେଇଥିଲେ । ଏହି ଉଚ୍ଛେଦ କାର୍ଯ୍ୟରେ ନଗରପାଳ ଶୁଭେନ୍ଦୁ ସାହୁ ଙ୍କୁ ସମେତ ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ , କନିଷ୍ଠ ଯନ୍ତ୍ରୀ ଶକ୍ତି ପ୍ରସାଦସାହୁ , କାଉନସିଲର ପପୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।