କୈବଲ୍ୟ ବଜାର ଗାୟତ୍ରୀ ଶକ୍ତିପୀଠ ଠାରେ ବାସନ୍ତିକା ନବରାତ୍ର ଉତ୍ସବ ଅନୁଷ୍ଠିତ !


ଢେଙ୍କାନାଳ : ସ୍ଥାନୀୟ କୈବଲ୍ୟ ବଜାରସ୍ଥିତ ଶକ୍ତିପୀଠ ଠାରେ ବାସନ୍ତିକା ନବରାତ୍ର ଉତ୍ସବ ଗତ ୨୨ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ପ୍ରତ୍ୟହ ସକାଳ ୯ ଘଟିକା ସମୟରେ ଗାୟତ୍ରୀ ପରିବାର ସଦସ୍ୟ ଓ ନବରାତ୍ର କରୁଥିବା ବ୍ୟକ୍ତିମାନଙ୍କ ଦ୍ୱାରା ଯଜ୍ଞ ଅନୁଷ୍ଠିତ ହେଉଅଛି । ବହୁ ସଂଖ୍ୟାରେ ଧର୍ମାତ୍ମା ବ୍ୟକ୍ତି ବିଶେଷ ଏଥିରେ ଯୋଗଦାନ କରୁଛନ୍ତି । ଆସନ୍ତା ୩୦ ତାରିଖ ରାମନବମୀରେ ଏହାର ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ । ପରେ ପ୍ରସାଦସେବନର ବ୍ୟବସ୍ଥା କରାଯାଇଅଛି । ଏଥିରେ ବହୁ ସଂଖ୍ୟକ ଭକ୍ତ ଯୋଗଦାନ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ନବରାତ୍ର ଉତ୍ସବକୁ ବସନ୍ତ ମଞ୍ଜରୀ ମିଶ୍ର, ପଦ୍ମିନୀ ମିଶ୍ର, ସୁକାନ୍ତ ବେହେରା, ଗୋପୀନାଥ ସାହୁ ଓ ବ୍ୟବସ୍ଥାପକ ଶିବ ପ୍ରସାଦ ଶତପଥୀ ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.

13 + 4 =