ଭୁବନ ରାଜ୍ଯ ସ୍ତରୀୟ ଲଉଡ଼ି ନୃତ୍ୟ ମହୋତ୍ସବ !

ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ଗ୍ରାମର ରାଜ୍ଯ ସ୍ତରୀୟ ଲଉଡ଼ି ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଏହି ମହୋତ୍ସବରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ , ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଢେଙ୍କନାଳ ଶ୍ରୀଯୁକ୍ତ ତନ୍ମୟ କୁମାର ଦରୁୱାନ, ବିକାଶ କୁମାର ସାହୁ ( ବିଡିଓ କାମାକ୍ଷନଗର), ମନ୍ନଥ କୁମାର ଶତପଥୀ (ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଉପସଭାପତି), ସରପଞ୍ଚ ଉଦୟ କୁମାର ଲେଙ୍କା ପ୍ରମୂଖ ଯୋଗଦେଇଥିଲେ I

ସମ୍ମାନିତ ଅତିଥି ମାନେ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ l ପ୍ରାଚିନ କଳାକୁ ବଞ୍ଚାଇ ରଖିବା ପାଇଁ ରାଜ୍ୟ ସରକାରଙ୍କର ପ୍ରୟାସ ଆରମ୍ଭ ହୋଇଛି। ଏହି ଅବସରରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଂଗିତ ନାଟକ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ଲଉଡି ନୃତ୍ୟ ମହୋତ୍ସବ ଓ ଲଉଡି ଖେଳ ଭାବ,ପ୍ରେମ ଓ ବୀରତ୍ବର ଖେଳ ବୋଲି ପ୍ରକାଶ କରିଥିଲେ। ସେହିପରି ରାଜ୍ୟ ସରକାର ଏହି କଳାକାର ମାନଙ୍କର ବିକାଶ ପାଇଁ ମଧ୍ୟ ସବୁସମୟରେ ଚିନ୍ତିତ ବୋଲି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ମତ ପ୍ରକାଶ କରିଥିଲେ I

ଏହି ମହୋତ୍ସବରେ ରାଜ୍ୟର କୋଣଅନୁକୋଣରୁ ମୋଟ ୧୦ ଟି ଗୋପାଳ ଲଉଡି ନୃତ୍ୟ ଦଳ ଭାଗ ନେଇଥିବା ବେଳେ ପ୍ରାରମ୍ଭରେ ସାସ୍କୃତିକ ଶୋଭାଯାତ୍ରା ହୋଇଥିଲା। ପରେ ଅତିଥି ମାନଙ୍କ ଉପସ୍ଥିତରେ କଳାକାର ମାନଙ୍କୁ ନେଇ ପ୍ରତିଯୋଗିତା କରାଯାଇଥିଲା। ପରି ଶେଷରେ ରାଜ୍ୟ ଉପସଭାପତି ଅବନୀ ମିଶ୍ର , ଜିଲ୍ଲା ଉପସଭାପତି ଅଶୋକ ସାମଲ ମଞ୍ଚ ପରିଚାଳନା କରିଥିବା ବେଳେ ସରପଞ୍ଚ ଉଦୟ ନାଥ ଲେଙ୍କା ମହୋତ୍ସବ ଧନ୍ଯବାଦ୍ ଅର୍ପଣ କରିଥିଲେ l

Leave A Reply

Your email address will not be published.

one × 1 =