ତୃତୀୟ ଥର ପାଇଁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ୮୦ ୟୁନିଟ୍ ରକ୍ତ ସଂଗ୍ରହ !


ଢେଙ୍କାନାଳ : ଢେଙ୍କାନାଳ ରକ୍ତଭଣ୍ଡାରରେ ରକ୍ତର ଅଭାବ ଖବର ଜାଣି ବିଜୁ ଜନତା ଦଳ ସଭାପତି ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ବିଶ୍ୱରଞ୍ଜନ ସାହୁ ଓ ଜିଲ୍ଲା ଉପସଭାପତି ଆଶୁତୋଷ କରଙ୍କ ପ୍ରତ୍ୟକ୍ଷ ତତ୍ୱବଧାନ ଓ ଜିଲ୍ଲା ଛାତ୍ର ସଭାପତି ତଥା ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ସୁରଜ ମହାପାତ୍ରଙ୍କ ନେତୃତ୍ୱରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରର ରକ୍ତଭଣ୍ଡାର ଠାରେ ତୃତୀୟଥର ପାଇଁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ମୋଟ୍ ୮୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ସୂଚନାଥାଉକି, ରକ୍ତ ବିନା ଯେପରି କାହାରି ଜୀବନ ନଯାଏ ସେଥିପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଓଡିଶାରେ ରକ୍ତଦାନ ଶିବିର କରି ଗରିବଙ୍କ ଜୀବନ ବଂଚାଇବାରେ ସହାୟକ ହୋଇଛନ୍ତି । ଏହି ଅବସରରେ ଢେଙ୍କାନାଳରେ ରକ୍ତ ଅଭାବ ଥିବା ଖବର ଜାଣିବା ପାରେ ଜିଲ୍ଲା ସଭାପତି ତଥା ରାଜ୍ୟ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ଓଡିଶା ମୋ ପରିବାର ଇନ୍‌ଚାର୍ଜ ତଥା ବିଧାୟକ ସୁଧିର କୁମାର ସାମଲ, ସାଂସଦ ମହେଶ ସାହୁ ପ୍ରମୁଖଙ୍କ ପରାମର୍ଶ କ୍ରମେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରରେ ଓମ୍ ପ୍ରକାଶ ନାୟକ, ଅମିତ୍ ସାହୁ, ଅଭିଜିତ୍ ମହାପାତ୍ର, ସୁବ୍ରତ ଦାସ, ଧନଞ୍ଜୟ ମଲ୍ଲିକ, ଓମ୍‌କାର ପାଣ୍ଡେ, ବିଶ୍ୱଜିତ୍ ବେହେରା, ରାକେଶ ବେହେରା, ଶକ୍ତି ପଟ୍ଟନାୟକ, ଚିତରଞ୍ଜନ ମିଶ୍ର, ଆଶୀର୍ବାଦ ପ୍ରିୟଦର୍ଶିନୀ ପ୍ରମୁଖ ସହଯୋଗ କରିଥିବାବେଳେ ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ପକ୍ଷରୁ ଡ. ଜୟନାରାୟଣ ପାଢୀ, ପରମାନନ୍ଦ ପଣ୍ଡା, ଭୀମସେନା ବେହେରା, ତପନ ଜେନା, ଅଜୟ ସ୍ୱାଇଁ ଓ ବରୁଣ ସାହୁ ପ୍ରମୁଖ ଶିବିରରେ ରକ୍ତ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.

twenty + two =