ଉଫୁନା ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ !

ଢେଙ୍କାନାଳ : ସ୍ଥାନୀୟ ରଥଗଡା ସ୍ଥିତ ଉଫୁନା କାର୍ଯ୍ୟାଳୟ ପରିସରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି ।

ଏଥିରେ ଉଫୁନା ରାଜ୍ୟ ଅଧ୍ୟକ୍ଷ ଆଡଭୋକେଟ ମନୋରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ଏଥିରେ ପୂର୍ବତନ ସ୍ୱତନ୍ତ୍ର ସିବିଆଇ ବିଚାରପତି ଭିକାରୀ ଚରଣ ରାଉତ ଯୋଗଦେଇ କହିଲେ ଯେ, କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ବଜେଟକୁ ଅଗ୍ରାଧିକାର ଦିଅନ୍ତି । ଚକ୍ଷୁ ବିଶେଷଜ୍ଞ ଡା. ଶ୍ରୀନିବାସ ହୋତା କହିଲେ ଯେ, ଓଡ଼ିଶାର ମଧ୍ୟବିତ ପରିବାର ମାନେ ଚିକିତ୍ସା ସୁବିଧା ପାଇ ପାରୁନାହାଁନ୍ତି ।

ଗରିବ ଲୋକମାନେ ସ୍ୱାସ୍ଥ୍ୟ କାର୍ଡ ପାଉଥିବା ବେଳେ ମଧ୍ୟବିତ ବର୍ଗର ଲୋକମାନେ ଅଧିକ ବ୍ୟୟବହୁଳ ଚିକିତ୍ସାରୁ ବଞ୍ଚିତ ରହୁଛନ୍ତି ବୋଲି ଆଡଭୋକେଟ ମନୋରଞ୍ଜନ ପଟ୍ଟନାୟକ କହୁଥିଲେ । ଉକ୍ତ ଆଲୋଚନାରେ ଭାଗନେଇ ଗାନ୍ଧୀବାଦି ନେତା ତଥା “ଦେଶକି ବାତ୍ ଫାଉଣ୍ଡେସନ”ର ରାଜ୍ୟ ସଂଯୋଜକ ସରୋଜ କୁମାର ଶତପଥୀ କହିଲେ ଯେ, ସିକିମ୍ ରାଜ୍ୟଭଳି ଭାରତର ଅନ୍ୟରାଜ୍ୟମାନଙ୍କରେ ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ମାଧ୍ୟମରେ ଜୈବିକ ଚାଷ ପାଇଁ ମତ ରଖିଥିଲେ । ଡା. ଶ୍ରୀନିବାସ ହୋତା କହିଲେ ଯେ, ବର୍ତମାନ କୋଭିଡ କଟକଣା କୋହଳ ହେଲେ ମଧ୍ୟ ମାକ୍ସ ବ୍ୟବହାର ଓ ସାମାଜିକ ଦୂରତ୍ୱ ରଖିବାକୁ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ପରିବେଶବିତ ଉପେନ୍ଦ୍ର ରାଉତ, ଶ୍ରୀମତୀ ସୁକାନ୍ତି ସାହୁ, ଅଞ୍ଜନ ସାହୁ, ନନ୍ଦ କିଶୋର ନାଥ, ମମତା ମିଶ୍ର, ପ୍ରଫେସର ଦିଲ୍ଲିପ ନନ୍ଦ, ପୂର୍ବତନ କଲେଜ ଅଧ୍ୟକ୍ଷ ପ୍ରଫେସର ବିଶ୍ୱନାଥ ମହାପାତ୍ର, ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଶ୍ରୀଯୁକ୍ତ ବାହାଦୂର ପାଟସାହାଣୀ, ଡଃ ପ୍ରମୋଦ ନାୟକ, ଡଃ ପ୍ରେମାନନ୍ଦ ସାହୁ, ସରିତା ପାଟସାହାଣୀ, ପ୍ରଫେସର ସମିର ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଚିତ୍ରାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

seven − 3 =