ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !

କୁଷ୍ଠ ରୋଗ ପୀଡିତ ଅରକ୍ଷିତ ପ୍ରଧାନ ଙ୍କୁ ସରକାରୀ ସହାୟତା ସାତସପନ….

ଢ଼େଙ୍କାନାଳ: ଆଜିର ଏ ଆଧୁନିକ ସମାଜ ପାଇଁ ଏ ହେଉଛି ଏକ ଲଜ୍ଜାଜନକ ଘଟଣା । ପ୍ରସାଶନିକ ଅଧିକାରୀ , ରାଜନେତା ସମସ୍ତେ ଜନତାଙ୍କ ସେବା ପାଇଁ ପ୍ରଥମରୁ ପ୍ରତିଶ୍ରୁତିବଦ୍ଧ ହୋଇଥାନ୍ତି । ମାତ୍ର କ୍ଷମତା ପାଇବା ପରେ ଗରିବ ଜନତାଙ୍କୁ ଭୂଲିଯାଇଥାନ୍ତି । ତାର ଏକ ନଗ୍ନ ଉଦାହରଣ ହେଉଛନ୍ତି ଅରକ୍ଷିତ ।

ହିନ୍ଦୋଳ ବ୍ଲକ ଅନ୍ତର୍ଗତ କାରନ୍ଦା ଗ୍ରାମର ଅରକ୍ଷିତ ପ୍ରଧାନ ବୟସ ମାତ୍ର ୫୩ ବର୍ଷ । ତାଙ୍କ ପାଖରେ ନିଜର ବୋଲି କେହି ନାହାନ୍ତି । ପୁରା ପୁରି ଏକୁଟିଆ ଜୀବନ ବିତାଉଛନ୍ତି ସେ । ପୁଣି କାମ କରିବାକୁ ତାଙ୍କର ନାହିଁ ଗୋଡର ପାଦ କିମ୍ବା ହାତ । ତଥାପି ବଞ୍ଚିବା ପାଇଁ ସଂଘର୍ଷ ଜାରୀ ରଖିଛନ୍ତି ଅରକ୍ଷିତ । ଅରକ୍ଷିତକୁ ଦଇବ ସାହା ପରି କିଛି ସହୃଦୟ ବ୍ୟକ୍ତିଙ୍କର ଅନ୍ନ ଦାନରେ ଏ ପର୍ଯ୍ୟନ୍ତ ବଞ୍ଚି ରହିଛନ୍ତି ସେ ।

କୁଷ୍ଠ ରୋଗରେ ଦୀର୍ଘ ବର୍ଷ ହେବ ପୀଡିତ ହୋଇ ଗ୍ରାମରୁ ଏକ ପ୍ରକାର ବାଛନ୍ଦ ହୋଇ ଏକାକୀ ଅତି କଷ୍ଟରେ ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି । ସରକାରୀ ସ୍ତରରେ କୁଷ୍ଠ ରୋଗୀଙ୍କ ଆରୋଗ୍ଯ ତଥା ଥଇଥାନ ପାଇଁ ବହୁ ଯୋଜନା କରାଯାଇଛି । ମାତ୍ର ଅରକ୍ଷିତଙ୍କ ପାଇଁ ସେ ସବୁ ସାତସପନ । ସବୁଠାରୁ ଦୁଃଖଦାୟକ ଘଟଣା ହେଉଛି ହିନ୍ଦୋଳରେ ବହୁ ଧନୀ ବ୍ୟକ୍ତି ରାସନ କାର୍ଡ ଧାରୀ ହୋଇ ଥିବା ବେଳେ ଏ ହତଭାଗ୍ଯଙ୍କ ଭାଗ୍ୟରେ ତାହା ମଧ୍ୟ ନାହିଁ ।

ଅରକ୍ଷିତ ଏ କୁଡିଆଟିରେ ରହୁଥିବା ବେଳେ ଆବାସ ଯୋଜନା କାହା ପାଇଁ ବୋଲି ମନରେ ସ୍ବତଃ ପ୍ରଶ୍ନ ଆସେ । ୮୫% ଶାରୀରିକ ଅକ୍ଷମ ପ୍ରମାଣପତ୍ର ଧରି ବସିଥିବା ଅରକ୍ଷିତ ସରକାରା ଭତ୍ତାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି। ସରକାରଙ୍କ କୌଣସି ପ୍ରକାରର ସହାୟତା ଅରକ୍ଷିତଙ୍କ ନିକଟରେ ପହଞ୍ଚି ନ ପାରିବା ସ୍ଥାନୀୟ ରାଜନେତା ଏବଂ ପ୍ରଶାସନିକ ଅଧିକାରୀଙ୍କ ପରିବାପଣିଆକୁ ପ୍ରମାଣିତ କରୁଛି । ଯଥାଶୀଘ୍ର ତାଙ୍କ ପାଖରେ ସରକାରୀ ସହାୟତା ପହଞ୍ଚାଇବାକୁ ବୁଦ୍ଧିଜୀବୀମାନେ ନିବେଦନ କରିଛନ୍ତି ।

Leave A Reply

Your email address will not be published.

3 + seventeen =