ଢେଙ୍କାନାଳ ବିଜେପି ପକ୍ଷରୁ ଏସ.ପି. ଅଫିସ ଘେରାଉ ଓ ଗଣଧାରଣା !

ଢେଙ୍କାନାଳ : ବିଜେପି ଯୁବମୋର୍ଚ୍ଚା ଓଡିଶା ପ୍ରଦେଶ ତରଫରୁ ରାଜ୍ୟର ବିପର୍ଯ୍ୟସ୍ତ ଆଇନ୍‌ଶୃଙ୍ଖଳା ଓ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟା ଘଟଣାର ପୋଲିସ୍‌ର ବାଟବଣା ତଦନ୍ତ ପ୍ରତିବାଦରେ ବିଧାନସଭା ଘେରାଉ କରାଯିବା ପାଇଁ ଶାନ୍ତିଶୃଙ୍ଖଳା ସହ ଏକ ଶୋଭାଯାତ୍ରା ମାଷ୍ଟର କ୍ୟାଣ୍ଟିନ ଛକରୁ ପିଏମ୍‌ଜି ଛକ ପର୍ଯ୍ୟନ୍ତ ଯିବାବେଳେ ପୋଲିସ୍ ବିଜେଡିର ଏଜେଣ୍ଟ ସାଜି ଯୋଜନା ମୁତାବକ ଭାବେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ଉପରେ ଅତର୍କିତ ମରଣାନ୍ତକ ଆକ୍ରମଣ କରିଥିଲେ । ସାଧାପୋଷାକଧାରୀ ପୋଲିସ୍ ଓ ଶାସକ ଦଳର ଗୁଣ୍ଡାମାନଙ୍କ ମିଳିତ ଆକ୍ରମଣରେ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା କାର୍ଯ୍ୟକର୍ତା ଗୁରୁତର ଆଘାତ ହୋଇ ଚିକିତ୍ସାଧିନ ଅଛନ୍ତି ।

ପୁଲିସ୍ ଡିଜି ସୁନିଲ୍ ବଂଶଲ୍‌, ପୋଲିସ୍ କମିଶନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ୱର ଡିସିପି ପ୍ରତୀକ୍ ସିଂ ଏହି ଘଟଣାର ନୀରପେକ୍ଷ ତଦନ୍ତ ନକରି ଅକ୍ରୋସ ଭାବେ ବିଜେପି କାର୍ଯ୍ୟକର୍ତା ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ବେଆଇନ୍ ଭାବେ ଗିରଫ କରି ୩୦୭ ଭଳି ସଙ୍ଗୀନ୍ ଦଫା ଲଗାଇ କୋର୍ଟ ଚାଲାଣ କରିଥିଲେ ।

ଯାହା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ । ଏହି ପରିପ୍ରେକ୍ଷୀରେ ପୋଲିସ୍ ଡିଜି, ଭୁବନେଶ୍ୱର-କଟକ ପୋଲିସ୍ କମିଶନର ଓ ଭୁବନେଶ୍ୱର ଡିସିପିଙ୍କ ବିରୋଧରେ ଜିଲ୍ଲାର ସମସ୍ତ ଥାନାରେ ଏତଲା ଦିଆଯାଇଥିବାସ୍ଥଳେ ଏପର୍ଯ୍ୟନ୍ତ କେଶ ରୁଜୁ ହୋଇନଥିବାରୁ ପୂର୍ବାହ୍ନ ୧୧ଟା ସମୟରେ ବିଜେପି ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଏସ୍‌.ପି. ଅଫିସ୍ ସମ୍ମୁଖରେ ଏକ ଗଣଧାରଣା ଦେବା ସହ ଭିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । 

ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ନବ କିଶୋର ଗୁରୁ, ଜିଲ୍ଲା ଉପସଭାନେତ୍ରୀ ଭାରତୀ ସ୍ୱାଇଁ, ଜିଲ୍ଲା ସାଧାରଣ ସଂପାଦକ ସୁନିଲ୍ ଶର୍ମା, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ନିରୋଜ ନଳିନୀ ମହାଳିକ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀବ ଯଶୋବନ୍ତ ମହିମା ପ୍ରମୁଖ ଉଦ୍‌ବୋଧନ ଦେଇ ରାଜ୍ୟ ସରକାର ଓ ପୋଲିସ୍‌ର ଏତାଦୃଶ କାର୍ଯ୍ୟକୁ ଘୋର୍ ସମାଲୋଚନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପଦ୍ମଭୂଷଣ ସାହୁ, ନଗରମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁ, ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦିକା ସସ୍ମିତା ସାମଲ, ଜିଲ୍ଲା ସମ୍ପାଦିକା ଅନିତା ଦାସ, ମଧୁସ୍ମିତା ପୁହାଣ, ଉଲ୍ଲି ନାୟକ, ଜିଲ୍ଲା ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଶତୃଘନ ରାଉତ, ଜିଲ୍ଲା ଆଇଟି ସେଲ୍ ଅଧ୍ୟକ୍ଷ ରମ୍ୟରଞ୍ଜନ ମହାପାତ୍ର, ସୁଚିତ୍ର ବେହେରା, ଦୀପକ ପଟ୍ଟନାୟକ, ଶଶାଙ୍କ ଦାସ, କାଉନ୍‌ସିଲର ବଳରାମ ସେଠୀ, ସୂର୍ଯ୍ୟପ୍ରତାପ ରାଉତ, ମୁନା ଡୋରା, ବିଭୁତି ମିଶ୍ର, ପୂର୍ଣ୍ଣଚନ୍ଦ୍ର ହୋତା, ଅମ୍ବିକା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eighteen − seventeen =