ଢେଙ୍କାନାଳ : ଶ୍ରୀ ଶ୍ରୀ ମଉଡମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ, ମୀନାବଜାର ଢେଙ୍କାନାଳର ଦୋଳ ଉତ୍ସବ ଶ୍ରୀ ଶ୍ରୀ ଦୋଳଗୋବିନ୍ଦ ଜୀଉଙ୍କର ପୀଠରେ ତା.୦୧.୦୩.୨୦୨୩ରିଖ ଫାଲ୍ଗୁନ ଦଶମୀ ଠାରୁ ତା୦୭.୦୩.୨୦୨୩ରିଖ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଅଛି ।
ଶ୍ରୀ ଶ୍ରୀ ଦୋଳ ଗୋବିନ୍ଦ ଜୀଉ ଶ୍ରୀରାଧାଙ୍କର ଭିତର ଫଗୁ ତା୦୧.୦୩.୨୦୨୩ରିଖ ବୁଧବାର ଦିନ ସମ୍ପୂର୍ଣ୍ଣ ହୋଇଛି । ଶ୍ରୀ ଦୋଳଗୋବିନ୍ଦଜୀଉ ଓ ଶ୍ରୀରାଧା ଅଦ୍ୟ ଦିନ ତା.୦୩.୦୩.୨୦୨୩ ରିଖ ଠାରୁ ଘଂଟ , ବାଦ୍ୟ, ବୀରକାହାଳୀ, ମଶାଲ, ଛତ୍ରୀ ଓ ଚାମରସେବା ସହ ବସ୍ତି ପରିକ୍ରମା ଆରମ୍ଭ କରିଛନ୍ତି ଓ ଶ୍ରଦ୍ଧାଳୁଙ୍କ ଦ୍ୱାରକୁ ଦ୍ୱାର ଯାଇ ଭୋଗ ଗ୍ରହଣ କରୁଛନ୍ତି ।
ଆସନ୍ତା ୦୬.୦୩.୨୦୨୩ ପର୍ଯ୍ୟନ୍ତ ବସ୍ତି ପରିକ୍ରମା କରି ସେହିଦିନ ଶ୍ରୀଶ୍ରୀ ବଳଦେବଜୀଉଙ୍କର ବିମାନ ଓ ଅନ୍ୟ ବିମାନ ସହ ମୁଖ୍ୟ ମେଲଣରେ ଅଂଶଗ୍ରହଣ କରି ଶେଷରେ ଦୋଳମଣ୍ଡପସାହିସ୍ଥିତ ମେଲଣ ପଡିଆରେ ଏକତ୍ରିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଅଛି । ପୂଜା ପ୍ରତିଷ୍ଠାନ ଟ୍ରଷ୍ଟର ସଂପାଦକ ଶ୍ରୀ ବିରଂଚିନାରାୟଣ ସାହୁ, ଟ୍ରଷ୍ଟୀ ପ୍ରଫୁଲ୍ଲ କୁମାର ବେହେରା, ଟ୍ରଷ୍ଟି ଲୋକନାଥ ମହାପାତ୍ର, ଟ୍ରଷ୍ଟି ପ୍ରମୋଦ କୁମାର ମହାପାତ୍ର, ପୂଜା କମିଟି ସଭାପତି ରବିନାରାୟଣ ମହାନ୍ତି, କାର୍ଯ୍ୟକାରୀ ସଭାପତି ନିରୋଦ କୁମାର ସାହୁ, ପୂଜାକମିଟି ସଂପାଦକ ପୀତବାସ ସାହୁ, ଉପସଭାପତି ଉଦୟନାଥ ବେହେରା, ବୀରବର ସାହୁ, ସଦାନନ୍ଦ ସାହୁ, ସହସଂପାଦକ ଦିଲ୍ଲୀପ କୁମାର ସାହୁ, କୋଷାଧ୍ୟକ୍ଷ ଦୟାନିଧି ବେହେରା, ଶ୍ରୀକାନ୍ତ କୁମାର ମହାପାତ୍ର, ରବି ନାରାୟଣ ପଟ୍ଟନାୟକ, ପବିତ୍ର କୁମାର ସାହୁ, ଅନିଲ୍ ମହାପାତ୍ର, ସୁଧାଂଶୁ କୁମାର ସାହୁ, ମିଲା ସାହୁ, ସୁବ୍ରତ କୁମାର ସାହୁ, ଟୁଟୁ ସାହୁ, ଅରୁଣ ପଟ୍ଟନାୟକଙ୍କ ସମେତ ଅନ୍ୟ କର୍ମକର୍ତା ଏବଂ ସଭ୍ୟମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦୋଳ ଉତ୍ସବ ମେଲଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଅଛି ।