ଢେଙ୍କାନାଳ ଗ୍ରସ୍ତରେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ : ପ୍ରବାସ ଯୋଜନାରେ କର୍ମକର୍ତାଙ୍କୁ ଦେଲେ ସାଙ୍ଗଠନିକ ଗୁରୁମନ୍ତ୍ର !
ଢେଙ୍କାନାଳ : ଭାରତୀୟ ଜନତା ପାର୍ଟିର ପ୍ରବାସ ଯୋଜନାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଦୁଇ ଦିନିଆ ଢେଙ୍କାନଳ ଗ୍ରସ୍ତ କାର୍ଯ୍ୟକ୍ରମ ସମାପ୍ତ ହୋଇଛି ।
ଢେଙ୍କାନାଳ ଲୋକସଭା କ୍ଷେତ୍ରରେ ବିଜେପି ଦଳ ପକ୍ଷରୁ ପ୍ରବାସ ଯୋଜନାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଙ୍କ ଦୁଇ ଦିନିଆ ଗ୍ରସ୍ତକାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟ ପରିସର ରେ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର ଙ୍କ ପୌରହିତ୍ୟରେ ପ୍ରବାସ ଯୋଜନା ଅନ୍ତର୍ଗତ ଏକ ବୈଠକ ଅନୁଷ୍ଟିତ ହୋଇଯାଇଛି ।
ଉକ୍ତ ବୈଠକରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜୋଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭରମ୍ଭ କରିଥିଲେ । ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ ପାଣି , ରାଜ୍ୟ ଉପସଭାନେତ୍ରୀ ତଥା ଜିଲ୍ଲା ପ୍ରଭାରୀ ପ୍ରଭାତି ପରିଡା , ରାଜ୍ୟ ସଂପାଦକ ତଥା ପ୍ରବାସ ଯୋଜନାରେ ଲୋକସଭା ପ୍ରଭାରୀ ସିମାଂଚଳ ଖଟେଇ, ସଂଯୋଜକ ପ୍ରେମାନନ୍ଦ ଜେନା ,ରାଜ୍ୟ ସଂପାଦକ କାଳନ୍ଦି ସାମଲ , ରାଜ୍ୟକାର୍ଯ୍ୟକାରିଣି ସଦସ୍ୟ ସର୍ବଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର , ବିଭୁତି ପ୍ରଧାନ, ଅଶୋକ ମହାନ୍ତି , ଶତୃଘ୍ନ ଜେନା , ପ୍ରତାପ ପ୍ରଧାନ ଓ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟକାର୍ଯ୍ୟକାରିଣି ସଦସ୍ୟା ଅଞ୍ଜଳି ବେହେରା ପ୍ରମୁଖ ଯୋଗଦେଇଥିବା ସମୟରେ ଅନୁଗୋଳ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଆଗମୀ ନିର୍ବାଚନ ନିମନ୍ତେ ବୁଥ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ସଂଗଠନକୁ ମଜବୁତ କରିବା ସହ କାର୍ଯ୍ୟକର୍ତା ପ୍ରବାସଯୋଜନା କୁ ଗୁରୁତ୍ୱ ଦେଈ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଘରେ ଘରେ ପହଂଚାଇବାକୁ ନେତୃବୃନ୍ଦ ଓ କର୍ମକର୍ତାଙ୍କୁ ମୁଖ୍ୟ ଅତିଥି ନିତ୍ୟାନନ୍ଦ ରାୟ ଗୁରୁମନ୍ତ୍ର ପ୍ରଦାନ କରିଥିଲେ ।
ପର୍ଯ୍ୟାୟକ୍ରମେ ପ୍ରଥମେ ଲୋକସଭା ସଂଚାଳନ ସମିତି ଏବଂ ଏହା ପରେ ଜିଲ୍ଲା ସମିତି ଓ ବିଧାନ ସଭାସ୍ତରିୟ ସମିତିର ସଦସ୍ୟ ମାନଙ୍କୁ ନେଇ ବୈଠକ ଅନୁଷ୍ଟିତ ହୋଇଥିବା ସମୟରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ନେତୃବୃନ୍ଦ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏନେଇ ଉଦବେଗ ପ୍ରକାଶ କରିଥିଲେ । ଶେଷରେ ପ୍ରେମାନନ୍ଦ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।