କାମାକ୍ଷାନଗର ଏନଏସିର ନୂତନ କାଉନସିଲର ପ୍ରଥମ ସଭା ଅନୁଷ୍ଠିତ !

ଢେଙ୍କାନାଳ : କାମାକ୍ଷାନଗର ଏନଏସିର ନବ ନିର୍ବାଚିତ ନଗରପାଳ ଓ କାଉନସିଲର ମାନଙ୍କୁ ନେଇ ପ୍ରଥମ ସଭା ଅନୁଷ୍ଠିତ ହୋଇଯାଇଛି ।

ଏହି କାଉନସିଲ ବୈଠକରେ କାମାକ୍ଷାନଗର ବିଧାୟକ ତଥା ଖଣି,ଇସ୍ପାତ ଓ ପୂର୍ତମ୍‌ନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଢେଙ୍କାନାଳ ସାଂସଦ ମହେଶ ସାହୁ, କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ପ୍ରମୁଖ ଅତିିଥି ଭାବେ ଯୋଗଦେଇ କାମାକ୍ଷାନଗର ଏନଏସି ଅଞ୍ଚଳର ସମଗ୍ର ବିକାଶ କରିବା ପାଇଁ ଖସଡା ପ୍ରସ୍ତୁତ କରି ଏହାକୁ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟକାରି କରିବାକୁ କାଉନସିଲର ଓ ନଗରପାଳଙ୍କୁ ପରାମର୍ଶ ଦେଇଥିଲେ ।

ବିଶେଷ କରି କାମାକ୍ଷାନଗର ଏନଏସି ଅଞ୍ଚଳର ପରିମଳ ବ୍ୟବସ୍ଥା , ଡ୍ରେନେଜ ବ୍ୟବସ୍ଥା ପ୍ରଭୃତି ଗୁଡିକର ତୁରନ୍ତ କାର୍ଯ୍ୟ କରିବାକୁ ଅତିଥି ମନ୍ତ୍ରୀ ଶ୍ରୀ ମଲ୍ଲିକ ଓ ସାଂସଦ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ । ନଗରପାଳ ଧର୍ମାନନ୍ଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାଉନସିଲ ବୈଠକରେ ଉପନଗରପାଳ ଶକୁନ୍ତଳା ସେଠୀ ,ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ ବିରଜା ପ୍ରସାଦ ରଥ ପ୍ରମୁଖ ଉପସ୍ଥିତ ରହି କାମାକ୍ଷାନଗର ଏନଏସିର ପ୍ରଗତି ଓ ବିକାଶ ପାଇଁ ଉନ୍ନୟନ ମୂଳକ ଯୋଜନା ଗୁଡିକ କାର୍ଯ୍ୟକ୍ଷମ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଓ ସାଂସଦ ଶ୍ରୀ ସାହୁଙ୍କ ସହଯୋଗ କାମନା କରିଥିଲେ ।

ପ୍ରାରମ୍ଭରେ ନବ ନିର୍ବାଚିତ ନଗରପାଳ ଧର୍ମାନନ୍ଦ ପରିଡା, ଉପନଗରପାଳ ଶକୁନ୍ତଳା ସେଠୀ ମନ୍ତ୍ରୀ ଶ୍ରୀ ମଲ୍ଲିକ ଓ ସାଂସଦ ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.

8 − 7 =