ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କୁ ପୋଲିସ୍‌ର ଯୋଜନା ମୁତାବକ ଆକ୍ରମଣ ବିରୋଧରେ ଏତଲା !

ଢେଙ୍କାନାଳ  :  ବିଜେପି ଯୁବମୋର୍ଚ୍ଚା ଓଡିଶା ପ୍ରଦେଶ ତରଫରୁ ରାଜ୍ୟର ବିପର୍ଯ୍ୟସ୍ତ ଆଇନ୍‌ଶୃଙ୍ଖଳା ଓ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟା ଘଟଣାର ପୋଲିସ୍‌ର ବାଟବଣା ତଦନ୍ତ ପ୍ରତିବାଦରେ ବିଧାନସଭା ଘେରାଉ କରାଯିବା ପାଇଁ ଏକ ଶୋଭାଯାତ୍ରା ମାଷ୍ଟର କ୍ୟାଣ୍ଟିନ ଛକରୁ ଯିବା ବେଳେ ପୋଲିସ ଯୋଜନା ମୁତାବକ ଭାବେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ଉପରେ ଅତର୍କିତ ମରଣାନ୍ତକ ଆକ୍ରମଣ କରିଥିଲେ ।

ସାଧାପୋଷାକଧାରୀ ପୋଲିସ ଓ ଶାସକ ଦଳର ଗୁଣ୍ଡାମାନଙ୍କ ମିଳିତ ଆକ୍ରମଣରେ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା କାର୍ଯ୍ୟକର୍ତା ଗୁରୁତର ଆଘାତ ହୋଇ ଚିକିତ୍ସାଧିନ ଅଛନ୍ତି । ପୁଲିସ ଡିଜି ସୁନିଲ୍ ବଂଶଲ୍‌, ପୋଲିସ୍ କମିଶନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ୱର ଡିସିପି ପ୍ରତୀକ୍ ସିଂ ଏହି ଘଟଣାର ନୀରପେକ୍ଷ ତଦନ୍ତ ନକରି ଅକ୍ରୋସ ଭାବେ ବିଜେପି କାର୍ଯ୍ୟକର୍ତା ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ବେଆଇନ୍ ଭାବେ ଗିରଫ କରି ସଙ୍ଗୀନ୍ ଦଫା ଲଗାଇ କୋର୍ଟ ଚାଲାଣ କରିଥିଲେ ।  ଯାହା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ । ତେଣୁ ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଜି ଢେଙ୍କାନାଳ ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣ ପାତ୍ରଙ୍କ ନେତୃତ୍ୱରେ ବିଜେପି କାର୍ଯ୍ୟକର୍ତାମାନେ ଢେଙ୍କାନାଳ ଟାଉନ୍ ଥାନାରେ ଏତଲା ଦାୟାର କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ନବକିଶୋର ଗୁରୁ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ୍ ଯଶୋବନ୍ତ ମହିମା, ପୂର୍ବତନ ଯୁବମୋର୍ଚ୍ଚା ସଭାପତି ପଦ୍ମଭୂଷଣ ସାହୁ, ମହିଳାମୋର୍ଚ୍ଚା ସମ୍ପାଦିକା ସସ୍ମିତା ସାମଲ, ମଧୁସ୍ମିତା ପୁହାଣ, ନଗରମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁ, ଉପସଭାପତି ଅଶୋକ ଦାସ, ଦୀପକ ପଟ୍ଟନାୟକ, ସୁଚିତ୍ର ବେହେରା, ରାଜେନ୍ଦ୍ର ପ୍ରଧାନ ଓ ଉମେଶ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

12 + seven =