ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ଗୃହରେ ଅର୍ନ୍ତଜାତୀୟ ମହିଳା ଦିବସ-୨୦୨୩ ପାଳନ ସମ୍ପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ସରୋଜ କୁମାର ସେଠୀ ଏଥିରେ ସଭାପତିତ୍ୱ କରିମହିଳା ଦିବସକୁ ଆଡମ୍ବର ସହକାରେ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ଏହିଉପଲକ୍ଷେ ପ୍ରତିସ୍କୁଲରେ କ୍ରୀଡ଼ାଭିତିକ କାର୍ଯ୍ୟକ୍ରମ , ମହିଳା ହିଂସାମୁକ୍ତ ସମାଜ ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତା , ପ୍ରତି ଅଙ୍ଗନଓାଡି୍ୱ କେନ୍ଦ୍ରରେ ଖେଳକୁଦ ପ୍ରତିଯୋଗିତା ଆୟୋଜନ କରିବା ଲାଗ ିନିର୍ଦେଶ ଦିଆଯାଇଛି । ଏଥିସହ ଆସନ୍ତା ୬ ତାରିଖ ଅପରାହ୍ନ ସାଢ଼େ ୩ଟାରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଜିଲାସ୍ତରୀୟ କର୍ମଚାରୀଙ୍କୁ ପୁରସ୍କୃତ କରାଯିବ ।
ଅପରାହ୍ନ ୫ଟାରେ ମହିଳା କମ୭ଚାରୀଙ୍କ୍ ୁନେଇ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତା କରାଯିବ । ୮ ତାରିଖ ଅପରାହ୍ନ ୩ଟାରେ ବାଜିଚୌକ ଠାରୁ ମିନିଷ୍ଟାଡିୟମ ପର୍ଯ୍ୟନ୍ତ ଶୋଭାଯାତ୍ରା ଆୟୋଜନ ହେବ ।
ଷ୍ଟାଡିୟମରେ ମହିଳା ଦିବସ ପାଳନ କରାଯିବ ବୋଲି ନିଷ୍ପତି ହୋଇଛି । ବୈଠକରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।