ରାସୋଳ ସ୍ବେଚ୍ଛାସେବୀ ସଂଗଠନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ଜନ ମଙ୍ଗଳ ର ଚତୁର୍ଥ ବାର୍ଷିକ ଉତ୍ସବ ତଥା ପ୍ରଥମ ସେବା ସମ୍ମାନ ପର୍ବ ମହା ସମାରୋହରେ ପାଳିତ !
ଢେଙ୍କାନାଳ : ହିନ୍ଦୋଳ ବ୍ଲକ ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ସଂଗଠନ ର ଚତୁର୍ଥ ବାର୍ଷିକ ଉତ୍ସବ ତଥା ପ୍ରଥମ ସେବା ସମ୍ମାନ ପର୍ବ ମହା ସମାରୋହରେ ପାଳିତ ହୋଇଯାଇଛି ।

ଜାତି ଧର୍ମ ବର୍ଣ୍ଣ ରାଜନୀତି ଠାରୁ ଦୂରେଇ ଭିନ୍ନତା ଭିତରେ ଏକତା ର ମନ୍ତ୍ର ନେଇ ସେବା ରଖୁଥିବା ସମସ୍ତ ସେବକ ଓ ସେବିକା ମାନେ ଉପସ୍ଥିତ ରହି ମୁଖ୍ୟ ଅତିଥି ସାସଂଦ ମହେଶ ସାହୁ ,ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର,ସମ୍ମାନୀତ ବକ୍ତା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ରାଉତ,ସମ୍ମାନିତ ଅତିଥି ଭାବେ ରାସୋଳ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଦିବାକର ନାଏକ, ସଞ୍ଜୟ ଷଡଙ୍ଗୀ (ସମାଜସେବୀ)ସାଲେପୁର, ରତିକାନ୍ତ ଗଡନାୟକ , ଲକ୍ଷ୍ମୀଧର ରାଉତ ଓଡିଶା କାର୍ଯ୍ୟ ନିର୍ବାହୀ ଅଧିକାରୀ ହିନ୍ଦୋଳ, ପ୍ରବୋଧ କୁମାର ପାଲ ପ୍ରତିଷ୍ଠାତା ହିନ୍ଦୋଳ କଲ୍ୟାଣ ସଂଘ, ସତ୍ଯଭାମା ମିଶ୍ର, ଉପଦେଷ୍ଟା, ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ତଥା ସମାଜସେବୀ।
ତଥା ରାଜ୍ୟ ସ୍ତରୀୟ ସ୍ବେଚ୍ଛାସେବୀ ସଂଗଠନ ଏବଂ ବିଭିନ୍ନ ବର୍ଗର ପ୍ରତିଭା ସମ୍ପର୍ଣ୍ଣ ବ୍ଯକ୍ତି ବିଶେଷ ଓ ଆଞ୍ଚଳିକ ସ୍ତରରେ ବହୁ ମାନ୍ଯଗଣ୍ଯ ବ୍ୟକ୍ତିବିଶେଷ ମାନଙ୍କୁ ଫୁଲତୋଡା ପ୍ରଦାନ କରି ଶଙ୍ଖ ହୁଳ ହୁଳୀ ନାଦ ରେ ସସମ୍ମାନେ ସ୍ବାଗତ କରି ଥିଲେ। ସମ୍ମାନିତ ଅତିଥି ଓଡିଶା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମୀଧର ରାଉତ ମହୋଦୟ ଙ୍କର ଉପସ୍ଥିତି ରେ ସଂଗଠନ ର ଉପଦେଷ୍ଟା ଗଣ,ପ୍ରତିଷ୍ଠାତା ବିଭୁପ୍ରସାଦ ଶତପଥୀ , ସଭାନେତ୍ରୀ ନିରୁପମା ମିଶ୍ର ,ସମ୍ପାଦକ ପ୍ରଦୀପ ନାୟକ ଓ ସେବକ ସେବିକା ଗଣ ଓ ନିମନ୍ତ୍ରିତ ସଂପର୍କ ଚାରି ଟେବୁଲ ଟ୍ରଷ୍ଟ (କଟକ) ର ସଭାପତି ଅଜିତ୍ ଦାସ୍ ଓ ସଦସ୍ୟ ମାନେ ସାମୂହିକ ଭାବେ ରାସୋଳ ହସପିଟାଲ ପରିସର ରେ ବୃକ୍ଷରୋପଣ କରି ସେବା ର ମହନୀୟ ପର୍ବ କୁ ଶୁଭାରମ୍ଭ କରିଥିଲେ।

ତତ୍ ପରେ ସଭାକାର୍ଯ୍ଯ କୁ ଅତିଥି ମାନଙ୍କଦ୍ବାରା ପ୍ରଦୀପ ପ୍ରଜ୍ବଳିତ, ଜାତୀୟ ସଂଗୀତ ଗାନ, ଦିବଂଗତ ସମାଜସେବୀ ମାନଙ୍କୁ ଭାବପୂର୍ଣ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ଏବଂ ପ୍ରତିଷ୍ଠାତା ବିଭୁପ୍ରସାଦ ଶତପଥୀଙ୍କ ବାର୍ଷିକ ବିବରଣୀ ପାଠ କରିଥିଲେ । ଏଥି ସହିତ ମୁଖ୍ୟ ଅତିଥି ତଥା ବକ୍ତା ଏବଂ ସମ୍ମାନିତ ବକ୍ତା ଏବଂ ଅତିଥି ମାନଙ୍କର ବହୁମୂଲ୍ଯ ବକ୍ତବ୍ଯ ସାଙ୍ଗ କୁ ରାଜ୍ୟ ସ୍ତରୀୟ କୁନି କୁନି ଓଡିଶୀ ନୃତ୍ୟ ଶିଳ୍ପୀ,ବିମଳ ବିଶ୍ବାଳ ଙ୍କର ଯାଦୁ ପରିବେଷଣ ବେଶ ଉପସ୍ଥିତ ସମାଜସେବୀ ତଥା ମାନ୍ୟଗଣ୍ଯ ବ୍ଯକ୍ତି ବିଶେଷ ମାନଙ୍କୁ ମନୋରଞ୍ଜନ ତଥା ସମାଜ ସେବା ପ୍ରତି ଉତ୍ସାହ ପ୍ରଦାନ କରିଥିଲା। ରାଜ୍ଯ ସ୍ତରୀୟ ୫୮ ଟି ସଂଗଠନ ତଥା ବ୍ଯକ୍ତିଗତ ଭାବେ ରାଜ୍ୟ ତଥା ଆଞ୍ଚଳିକ ସ୍ତରରେ ପ୍ରାୟ ୧୦୨ ଜଣ ବ୍ଯକ୍ତି ବିଶେଷ ମାନଙ୍କୁ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ” ରାସୋଳ ସଂଗଠନ ତରଫରୁ ଉତ୍ତରୀୟ,ପୁଷ୍ପ ଗୁଛ୍ଛ,ଆମ୍ବ ଚାରା ଏବଂ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି।
ପ୍ରତିଷ୍ଠାତା ବିଭୁ ଶତପଥୀ ଓ ସମ୍ପାଦକ ପ୍ରଦୀପ କୁମାର ନାୟକ ଙ୍କ ଦ୍ଵାରା ମଞ୍ଚ ପରିଚାଳନା ସୂଚାରୁ ରୂପେ ସମ୍ପାଦନ ହୋଇଥିଲା । ଏତାଦୃଶ କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରିବା ସହିତ ସଂଗଠନ ର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି। ସଂଗଠନ ର ପ୍ରତିଷ୍ଠାତା ବିଭୁପ୍ରସାଦ ଶତପଥୀ ସମସ୍ତ ଙ୍କୁ ଧନ୍ଯବାଦ୍ ପ୍ରଦାନ ସହିତ ଜନସାଧାରଣଙ୍କ ର ସାହାଯ୍ୟ ସହଯୋଗ ଆଶୀର୍ବାଦ ଭିକ୍ଷା କରିଥିଲେ।ପରିଶେଷରେ ରେ ଉପଦେଷ୍ଟା ସତ୍ଯଭାମା ମିଶ୍ର କାର୍ଯ୍ୟକ୍ରମ ର ଅନ୍ତିମ ବକ୍ତବ୍ଯ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ କୁ ସମାପ୍ତି କରିଥିଲେ।