ମହୁଲଖୋଳି ଗ୍ରାମରରେ ଧୂମଧାମରେ ପାଳିତ ହେଉଛି ଅଷ୍ଟପହରୀ ନାମଯଜ୍ଞ  !

ଢେଙ୍କାନାଳ : ଗଁଦିଆ ବ୍ଲକ ଅନ୍ତର୍ଗତ ମହୁଲଖୋଳି ଗ୍ରାମରେ ଆଜି ବଡ଼ ଧୂମଧାମରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଥିଲା । ସ୍ଥାନୀୟ ପୋଖରୀ ତଟରେ ପୂଜାର୍ଚ୍ଚନା କରାଯିବା ପରେ ଜଳପୃଣ୍ଣ କଳସ ଧରି ଶୋଭାଯାତ୍ରାରେ ଆସି ନାମଯଂଜ୍ଞ  ସ୍ଥଳରେ କଳସ ସ୍ଥାପନ କରିଥିଲେ । ଅଧିବାସ ପୂଜା ପରେ ନାମ ଯଂଜ୍ଞ ଆରମ୍ଭ ହୋଇଥିଲା । ଏଥିରେ ଆଖ ପାଖ ଗ୍ରାମରୁ ଶତାଧିକ ଭକ୍ତ ସମାଗମ ହେବାସହିତ ୧୦ ଟି ଗ୍ରାମରୁ ନାମ ସଂକୀର୍ତନ ମଣ୍ଡଳୀ ଆସିବା ସହ ଏହି ମେଳରେ ମହିଳା ଓ କିଛି କୁନି କୁନି ପ୍ରତିଭା ସଂକୀର୍ତ୍ତନ କରିବାର ଦେଖିବାକୁ ମିଳିଥିଲା ।

ଉକ୍ତ କାଯ୍ୟକ୍ରମରେ ଦିର୍ଘ ବର୍ଷ ଧରି ଗୌରୀ ପ୍ରେମୀ ଦିଲ୍ଲୀପ ଦେହୁରୀଙ୍କ  ନେତୃତ୍ୱରେ ଅଷ୍ଟପହରୀ ନାମଯଜ୍ଞ ଚାଲୁରହିଛି ।  ଗ୍ରାମରେ ନଗର ପରିକ୍ରମା କରିବା ସହ ସନ୍ଧ୍ୟା ସମୟରେ ପ୍ରସାଦସେବନ ଚାଲୁରହିବ ।

Leave A Reply

Your email address will not be published.

8 + nineteen =