ଢ଼େଙ୍କାନାଳ : ଏପ୍ରିଲ ୩ରେ ହିନ୍ଦୋଳ ଓ ଅତାବିରା ଏନଏସି ନିର୍ବାଚନ । ରାଜ୍ୟର ଏହି ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆସନ୍ତା ଏପ୍ରିଲ ୩ ତାରିଖରେ ଭୋଟ୍ ହେବ ।
ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏପ୍ରିଲ ୫ ତାରିଖରେ ଏହି ଏନଏସି ନିର୍ବାଚନର ଭୋଟ୍ ଗଣତି ହେବା ସହିତ ଫଳାଫଳ ପ୍ରକାଶ ପାଇବ ।ହିନ୍ଦୋଳ ଓ ଅତାବିରା ଏନଏସିର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୧୨ ତାରିଖରେ ଶେଷ ହେଉଛି ।
ତେଣୁ ଏହା ପୂର୍ବରୁ ଏନଏସି ନିର୍ବାଚନ କରି ପ୍ରତିନିଧି ବାଛିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ତେବେ ମାର୍ଚ୍ଚ ୩ ତାରିଖରେ ନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାପରେ ୯ ତାରିଖରୁ ୧୫ ତାରିଖ ଭିତରେ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ । ୧୭ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ୨୦ ତାରିଖ ଭିତରେ ପ୍ରାର୍ଥୀମାନେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ।
ଏପ୍ରିଲ ୩ ତାରିଖରେ ଏହି ଦୁଇଟି ଏନଏସି ନିର୍ବାଚନ୍ ପାଇଁ ଭୋଟ୍ ପଡିବା ସହିତ ୫ ତାରିଖରେ ଫଳାଫଳ ପ୍ରକାଶ ପାଇବ ।ଦୁଇଟି ଯାକ ଏନଏସିରେ ଆଜିଠୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଭୋଟ୍ ଗଣତି ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ ଫେବ୍ରୁଆରୀ ୨୮ ତାରିଖରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ।