ନିଜଜନ୍ମ ମାଟିରେ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ବିପୁଳ ସମ୍ବର୍ଦ୍ଧନା !

ଢ଼େଙ୍କାନାଳ : ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ପଦ୍ମଶ୍ରୀ ପାଇବା ପାଇଁ ଘୋଷିତ ହେବାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହେଉଥିବା ବେଳେ ନିଜ ଜନ୍ମ ମାଟି ଭୁବନ ବ୍ଲକ ମାର୍ଥାପୁର ଗ୍ରାମରେ ଗ୍ରାମବାସୀ ଙ୍କ ପକ୍ଷରୁ ବିପୁଳ ସମ୍ଵର୍ଦ୍ଧିତ କରିଛନ୍ତି I

ଅପରାହ୍ନ ସମୟରେ ପହଁଞ୍ଚିବା ପରେ ଗାଁ ମୁଣ୍ଡରୁ ବାଜା ଓ କୀର୍ତ୍ତନ କରି ପାଛୋଟି ଆଣିବା ପରେ ପ୍ରଥମେ ଗ୍ରାମର ଅଧିଷ୍ଠିତ ବାଲୁଙ୍କେଶ୍ଵର ମନ୍ଦିର ରେ ଦର୍ଶନ କରିଥିଲେ I ଗ୍ରାମ ସଭାପତି ପ୍ରେମାନନ୍ଦ ମିଶ୍ର ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ ମଞ୍ଚାସୀନ ଅତିଥିଭାବେ ପ୍ରେମାନନ୍ଦ ମିଶ୍ର, ଚନ୍ଦ୍ରଶେଖର ଦାଶ, ବୀରବର ମିଶ୍ର, ବିମଳ କୁମାର ମିଶ୍ର, , ମଧୁସୂଦନ ମିଶ୍ର, ବିଦ୍ୟାଧର ଦାଶ ଓ ନାରାୟଣ ପଣ୍ଡା ମଞ୍ଚ ପରିଚାଳନା କରିଛନ୍ତି I

ମଞ୍ଚାସୀନ ଅତିଥିମାନେ ଅନ୍ତର୍ଯ୍ୟାମୀ ମିଶ୍ର ମାର୍ଥାପୁର ଗ୍ରାମର ଜନ୍ମ ଗ୍ରହଣ କରିଥିବା ରୁ ଶ୍ରୀଯୁକ୍ତ ମିଶ୍ର ଙ୍କ ଅତିବାହିତ ସମୟ ସ୍ମୃତିଚାରଣ କରିଥିଲେ I ଏହି ମାଟିରେ ଜନ୍ମ ହୋଇ ଥିବାରୁ ନିଜକୁ ଧନ୍ୟ ମନେକରିବା ସହ, ଗ୍ରାମର କିଛି ଐତିହ ଓ ଭାଷା ସାହିତ୍ୟ ଉପରେ କିଛି ବକ୍ତବ୍ୟ ପ୍ରଦାନ କରିଥିଲେ I

ଆଜି ନିଜ ଜନ୍ମ ମାଟିରେ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପାଇ ଗ୍ରାମବାସୀ ଶୁଭେଚ୍ଛା ଜଣାଇଛନ୍ତି I ଏହି କାର୍ଯ୍ୟକ୍ରମ ରେ ଗ୍ରାମ ସମ୍ପାଦକ ଲକ୍ଷ୍ମଣ ମିଶ୍ର, ଅଭିମନ୍ୟୁ ମିଶ୍ର, ମୃତ୍ୟୁଞ୍ଜୟ ଦାଶ, କିଶୋର ଚନ୍ଦ୍ର ମିଶ୍ର, ବିନୋଦ କୁମାର ମିଶ୍ର, ସଦାଶିବ ଦାଶ ଓ ଦେବୀ ପ୍ରସାଦ ମିଶ୍ର ସହଯୋଗ କରିଛନ୍ତି I

Leave A Reply

Your email address will not be published.

3 × five =