ଢେଙ୍କାନାଳ ଆପ୍ ଦଳ ପକ୍ଷରୁ ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ !

ଢେଙ୍କାନାଳ : ଆମ୍ ଆଦ୍‌ମୀ ପାର୍ଟି ଢେଙ୍କାନାଳ ଜିଲ୍ଲା ତରଫରୁ ମିଶନଶକ୍ତିରେ ସହାୟକ ଷ୍ଟାଫ୍ ଭାବରେ କାର୍ଯ୍ୟ କରୁଥିବା ଏମ୍‌ବିକେ, ସିଆର୍‌ପି, ପ୍ରାଣୀମିତ୍ର, କୃଷିମିତ୍ର ଏବଂ ବ୍ୟାଙ୍କ ମିତ୍ରମାନେ ଦୀର୍ଘ ଦଶବର୍ଷ ଧରି କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ସ୍ଥାୟୀ କରିବା ଓ ତାଙ୍କର ଦରମା ବୃଦ୍ଧି ନହେବାକୁ ନେଇ ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ପ୍ରଦାନ କରିଛନ୍ତି ।

ଅଭିଯୋଗରେ କହିଛନ୍ତି, ପ୍ରତ୍ୟେକ ପଂଚାୟତରେ କାର୍ଯ୍ୟରତ ଏହି କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କୁ ଅଧିକରୁ ଅଧିକ ଦାୟିତ୍ୱ ଦେବା ବେଳେ ସେମାନଙ୍କର ଚାକିରୀକୁ ସ୍ଥାୟୀ ନକରିବା ଏବଂ ଦରମା ବୃଦ୍ଧି କରାନଯିବା ସରକାରଙ୍କର କର୍ମଚାରୀ ବିରୋଧୀ ମନୋଭାବକୁ ସ୍ପଷ୍ଟ କରୁଛି ।

ମିଶନଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌କୁ ନେଇ ବିଜୁ ଜନତା ଦଳ ଦ୍ୱାରା ପ୍ରସ୍ତୁତ କରାଯାଇଥିବା “ଅଲ୍ ଓଡିଶା ଜିପିଏଲ୍‌ଏଫ୍ ମିଶନ ଶକ୍ତି କର୍ମୀ ସାମୁଖ୍ୟ” ମଧ୍ୟ ଏହି ଦାବୀ ପୂରଣ ପାଇଁ ଗତ ଫେବୃଆରୀ ୨୦ ତାରିଖରେ ରାଜରାସ୍ତାକୁ ଓହ୍ଲାଇଥିଲା । ପ୍ରାୟ ୨୦ ହଜାର ଏମ୍‌ବିକେ, ସିଆର୍‌ପି, ପ୍ରାଣୀମିତ୍ର, କୃଷିମିତ୍ର, ବ୍ୟାଙ୍କମିତ୍ର ଏବଂ ଏଲ୍‌ଏସ୍‌ପି ଏହି ଆନ୍ଦୋଳନରେ ଓଡିଶାର ବିଭିନ୍ନ ଅଂଚଳରୁ ଯୋଗଦେଇଥିଲା ।

ଆହୁରି ମଧ୍ୟ ଲିଖିତ ଅଛି, ବିଜୁ ଜନତା ଦଳର ନେତା ସୁବାସ ସିଂହ ଏବଂ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଦେଶରେ ଏପ୍ରକାର ଆନ୍ଦୋଳନ ହୋଇଥିଲେ ମଧ୍ୟ ସରକାର ମିଶନଶକ୍ତି ସପୋର୍ଟ ଷ୍ଟାଫ୍‌ଙ୍କର ନାର୍ଯ୍ୟ ଦାବୀକୁ ଗ୍ରହଣ କରୁନାହାଁନ୍ତି ।

ତେଣୁ ଆମ୍ ଆଦ୍‌ମୀ ପାର୍ଟି ତରଫରୁ ମିଶନଶକ୍ତିର ସମସ୍ତ ସପୋର୍ଟ ଷ୍ଟାଫ୍‌ଙ୍କୁ ସ୍ଥାୟୀ କରାଯାଉ ଏବଂ ସେମାନଙ୍କର ପାରିଶ୍ରମିକ ବୃଦ୍ଧି କରାଯାଉ । ନଚେତ୍ ଆଗାମୀ ଦିନରେ ଏ ଦାବୀ ପୂରଣ ପାଇଁ ଆମ୍ ଆଦ୍‌ମୀ ପାର୍ଟି ମିଶନଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କୁ ସମସ୍ତ ପ୍ରକାର ସହଯୋଗ କରିବ ଏବଂ ଆନ୍ଦୋଳନକୁ ଅଧିକ ତୀବ୍ରତର କରିବ ବୋଲି ଜିଲ୍ଲା ଆବାହକ ପଙ୍କଜ କୁମାର ନାୟକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

15 − 11 =