ଢ଼େଙ୍କାନାଳ : କାମାକ୍ଷାନଗର କଲେଜର ୪୬ତମ ବାର୍ଷିକୋତ୍ସବ ଉତ୍ସବ ପାଳିତ ହୋଇଯାଇଛି।
ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ମଙ୍ଗୁଳୁ ଚରଣ ନାୟକଙ୍କ ସଭାପତିତ୍ୱ ରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ଶିକ୍ଷାନୁଷ୍ଠାନର ପାରିଦର୍ଶିତା କୁ ପ୍ରଶଂସା କରିଥିଲେ। ମହାବିଦ୍ୟାଳୟର ବିକାଶ ଲାଗି ସମସ୍ତେ ମିଳିତ ଭାବେ ପ୍ରୟାସ ଜାରି ରଖିବାକୁ ମନ୍ତ୍ରୀ ଆହ୍ବାନ ଦେଇଛନ୍ତି।
ମୁଖ୍ୟବକ୍ତା ଭାବେ ସାସଂଦ ମହେଶ ସାହୁ, ସମ୍ମାନିତ ଅତିଥି କଲେଜ ସଭାପତି ତଥା ଉପଜିଲାପାଳ ଜ୍ୟୋତିଙ୍କର ସାହୁ, ନଗରପାଳ ଧର୍ମାନନ୍ଦ ର୍ ପରିଡା , ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଇଂଲିଶ ଅଧ୍ୟାପକ ଜ୍ଞାନ ରଞ୍ଜନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।
ପ୍ରାରମ୍ଭରେ ଆବାହକ ପ୍ରିୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ଅତିଥିଙ୍କୁ ଭବ୍ୟ ସ୍ୱାଗତ କରି ଆଣିଥିଲେ। ଉପଦେଷ୍ଟା ଶ୍ରୀକାନ୍ତ ପ୍ରଧାନ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।