ଫଟୋଲାଇନ୍‌ ଷ୍ଟୁଡିଓ ମାଲିକ ଙ୍କ ଝୁଲନ୍ତା ମୃତଦେହ ଜବତ!

ଢ଼େଙ୍କାନାଳ : ବସଷ୍ଟାଣ୍ଡ ପାଖରେ ଥିବା ଫଟୋଲାଇନ୍‌ ଷ୍ଟୁଡିଓ ମାଲିକ ତଥା ଫଟୋଗ୍ରାଫର ସଚ୍ଚିଦାନନ୍ଦ ନାୟକ ଓରଫ ବାବୁଲି (୫୦)ଙ୍କ ଝୁଲନ୍ତା ମୃତଦେହ ଗୋହରାଖାଲ ସ୍ଥିତ ତାଙ୍କର ଜଣେ ବନ୍ଧୁଙ୍କ ଫାର୍ମ ହାଉସ ପରିସରରେ ଥିବା ପରିତ୍ୟକ୍ତ ଘରୁ ସଦର ଥାନା ପୋଲିସ ଜବତ କରିଛି।

ଅଭିଯୋଗ ମୁତାବକ ଋଣଭାର ଯୋଗୁ ମାନସିକ ଚିନ୍ତାରେ ଥିବା ବାବୁଲି ଅପମାନ ସହିନ ପାରି ଆତ୍ମହତ୍ୟା କରିଥିବା ଜଣା ପଡିଛି । ଏ ନେଇ ନଂ. ୧୫୫/୨୩ରେଏକ ମାମଲା ରୁଜୁ କରାଯାଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଦେଇଥିବା ଜଣା ପଡିଛି । ଅନ୍ୟପଟେ ସହରର ଜଣେ ମେଳାପି ଖ୍ୟାତନାମା ଫଟୋଗ୍ରାଫରଙ୍କ ଏଭଳି ମୃତ୍ୟୁ କୁ ନେଇ ସହରରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.

twenty − 4 =