କାଙ୍କଡପାଳ ନୂଆସାହିରେ ୨୩ତମ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ !


 ଢେଙ୍କାନାଳ :   ସଦର ବ୍ଲକ୍ କାଙ୍କଡପାଳ ଗ୍ରାମର ନୂଆସାହିରେ ୨୩ତମ ଅଷ୍ଟପ୍ରହର ନାମସଂକୀର୍ତନ ଅନୁଷ୍ଠିତ ହୋଇଯାଇଅଛି । ଗ୍ରାମର ମହିଳା ଓ ପୁରୁଷମାନେ କଳସ ଧାରଣ କରି ନିକଟସ୍ଥ ପୁଷ୍କରିଣୀରୁ ଜଳ ଆଣି ଅଷ୍ଟପ୍ରହର କୁଞ୍ଜରେ ସ୍ଥାପନ କରିଥିଲେ ।

ଆଖପାଖ ଅଞ୍ଚଳର ୧୭ଟି ସଂକୀର୍ତନ ମଣ୍ଡଳୀଙ୍କ ଦ୍ୱାରା ନାମଯଜ୍ଞ କରାଯାଇଥିଲା । ସଂଧ୍ୟାରେ ପୂଜକ ଜଗନ୍ନାଥ ତ୍ରିପାଠୀଙ୍କ ଦ୍ୱାରା ୧୦୮ ଆଳତୀ ଅର୍ପଣ କରାଯିବା ପରେ ସମୁହ ପ୍ରସାଦସେବନ କରାଯାଇଥିଲା । ନଗର କୀର୍ତନ ଓ ଦଧିହାଣ୍ଡି ଭଗ୍ନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଗ୍ରାମର ଭରତ ସାମଲ, ମାନଗୋବିନ୍ଦ ସାହୁ ଓ ସଂକୀର୍ତନ କମିଟିବୃନ୍ଦ, ଅଷ୍ଟପ୍ରହର କମିଟି ଓ ସାହିବାସୀନ୍ଦାମାନଙ୍କର ପୂର୍ଣ୍ଣ ସହଯୋଗରେ ଉକ୍ତ ଅଷ୍ଟପ୍ରହର ନାମଯଜ୍ଞ ସଂପନ୍ନ ହୋଇଥିଲା ।

Leave A Reply

Your email address will not be published.

5 × 4 =