ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବିଶ୍ୱନାଥପୁର ଆମ୍ବତୋଟାରେ ଏକ ଜିଲ୍ଲାସ୍ତରୀୟ ବାଇଶିବିଶ ବୁଣାକାର ସମାଜ ମହାସଭା ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ମହାସଭାରେ ବୁଣା ସମାଜର ସଭାପତି ପିତବାସ ନାଏକଙ୍କ ନେତୃତ୍ୱରେ ଢେଙ୍କାନାଳ ଜିଲ୍ଲାର ବାଇଶି ବିଶ ବେହେରା ତଥା ସଭାପତିମାନେ ଯୋଗଦେଇ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ କରିଥିଲେ । ପିତବାସ ନାଏକଙ୍କୁ ସ୍ଥାୟୀ ଭାବରେ ସଭାପତି ଚୟନ କରାଯାଇ ଆଜ ଦିନ ସଭାର ସଭାପତି ଦଣ୍ଡଧର ନାଏକଙ୍କ ଶୃଙ୍ଖଳିତ ତଥା ସ୍ୱାଭିମାନ ଭାବେ ସଭାକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଭା ପରିଚାଳନା କରିଥିଲେ ।
ଉକ୍ତ ସଭାରେ କାମାକ୍ଷାନଗର ଆମ୍ବେଦକର ମୁଳନିବାସୀ ସେବା ସଂଘର ସଭାପତି ଭିକାରୀ ଚରଣ ନାୟକ ଆମ ସମାଜକୁ କିଭଳି ଭାବେ ମଜଭୁତ କରାଯାଇ ଶୃଙ୍ଖଳିତ ସମାଜ ଗଠନ କରାଯିବ ସେ ନେଇ ଜାତି ବେହେରାମାନଙ୍କୁ ପ୍ରେରଣା ଦେଇଥିଲେ ଓ ପର୍ଜଙ୍ଗ ଅଂଚଳର ଆମ୍ବେଦକର ଫାଉଣ୍ଡେସନ୍ର ସଭାପତି ଲମ୍ବୋଦର ନାୟକ ଆମ ସମାଜର ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ ତଥା ସରକାରଙ୍କ ଜନ କଲ୍ୟାଣମୂଳକ ଯୋଜନା ଏବଂ ସାମ୍ବିଧାନିକ ଅଧିକାର କିପରି ପାଇପାରିବେ ସେ ବିଷୟରେ ସମସ୍ତଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ । ଏହି ସଭାରେ ସୁବାଷ ନାଏକ, ଚରଣ ନାଏକ, କାଳିଆ ନାଏକ, ବସନ୍ତ ନାଏକ, ଋଶି ନାଏକ ଓ ପରମାନନ୍ଦ ନାଏକ ପ୍ରମୁଖ ଯୋଗଦେଇ ସୁଚିନ୍ତିତ ମତାମତ ଦେଇଥିଲେ ।