ଢେଙ୍କାନାଳ : ସହରସ୍ଥିତ ଶାସନ ଛକ ନିକଟରେ ଥିବା ମା’ତାରିଣୀଙ୍କର ୪ର୍ଥ ବାର୍ଷିକୋତ୍ସବ ପାଳିତ ହୋଇଯାଇଅଛି । ସ୍ଥାନୀୟ ଭାଗିରଥୀ ସାଗରରୁ ୧୦୮ରୁ ଉର୍ଦ୍ଧ୍ୱ ମହିଳାମାନେ କଳସ ଧାରଣକରି ସହରର ମୁଖ୍ୟ ରାସ୍ତା ଦେଇ ମା’ଙ୍କ ମନ୍ଦିରରେ ପହଁଚି କଳସ ସ୍ଥାପନ କରିଥିଲେ । ପରେ ମା’ଙ୍କର ଅଧିବାସ ପୂଜା ଅନୁଷ୍ଠିତ ହୋଇଥିଲା ।
ମା’ ଙ୍କର ସୂର୍ଯ୍ୟପୂଜା, ଷୋଡଶ ଉପଚାର ପୂଜା, ମଣ୍ଡଳ ପୂଜା, ଚଣ୍ଡୀ ପାଠ, ପଣା ଭୋଗ ଓ ଅନ୍ୟାନ୍ୟ ଭୋଗ ଲାଗି ସହିତ ୧୦୮ ଆଳତୀ ଲାଗି କରାଯାଇଥିଲା । ଅପରାହ୍ନ ସାଢେ ୩ ଘଟିକା ସମୟରେ ପୂର୍ଣ୍ଣାହୁତି ଓ ପ୍ରସାଦସେବନ ଅନୁଷ୍ଠିତ ହେବ । ପୂଜକ ଲିଙ୍ଗରାଜ ପତି ସମସ୍ତ ପୂଜାବିଧି କରିଥିବାବେଳେ କର୍ତା ସତ୍ୟାନନ୍ଦ ବେହେରା, କର୍ତୀ ସୁଲୋଚନା ବେହେରା, ସଭାପତି ଶରତ କୁମାର ବେହେରା, ସମ୍ପାଦକ ନକୁଳ ବେହେରା ଏବଂ କର୍ମକର୍ତ୍ତା ଲକି ବେହେରା, ଦିଲ୍ଲୀପ ବେହେର, ସମୀର ବେହେରା, କୁନୁ ସାହୁ, ଲକ୍ଷ୍ମୀକାନ୍ତ ବେହେରା, ଅବୋଧ ସାମଲ, ରବି ସାହୁ, ଶରତ ମହାନ୍ତି ଓ ଟୁନା ବେହେରା ପ୍ରମୁଖ ପୂଜାକୁ ସହଯୋଗ କରି ସଫଳ କରାଇଥିଲେ ।