ଢେଙ୍କାନାଳ : ଆସନ୍ତା ମାର୍ଚ୍ଚ ୫ ତାରିଖରେ ମହାନ ଜନ ନାୟକ ଓଡିଶାର ପ୍ରବାଦ ପରୁଷ ପୁର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତି ପାଳନ ଅବସରରେ ସାରା ରଜ୍ୟରେ ବିଜୁ ଜନତା ଦଳ ତରଫରୁ ପାଳନ ହେବ “ଲୋକ-ସେବା ଦିବସ” ।
ଏହି ଦିନକୁ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଶ୍ରୀଯୁକ୍ତ ସାମଲ ବାସ ଗୃହରେ ଅନୁଷ୍ଠିତ ଏହି ବୈଠକରେ କର୍ମୀ ମାନଙ୍କୁ ସୁଚନା ଦେଇ ବିଧାୟକ କହିଥିଲେ ମାର୍ଚ୍ଚ ୫ ତାରିଖ ଦିନ ସକାଳ ୭ ଘଟିକାରେ ସ୍ଥାନୀୟ ଢେଙ୍କାନାଳ କଲେଜ ଛକ ଠାରୁ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ଆରମ୍ଭ ହେବ ।
ଏହି ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ଢେଙ୍କାନାଳ ସହର ମଧ୍ୟରେ ଥିବା ସମସ୍ତ ମହାପୁରୁଷ ମାନଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟାର୍ପଣ କରାଯିବା ସହ ବାଜିଚୌକ ଛକଠାରେ ସମାପ୍ତ ହେବ । ସେହିପରି ଦିବା ୧୦ ଘଟିକା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଫଳ ବଣ୍ଟନ କରାଯିବ । ଏବଂ ଅପରାହ୍ନ ୪ଟାବେଳେ ବି,ବି ହାଇସ୍କୁଲ ସମ୍ମୁଖରେଥିବା ଖେଳ ପଡିଆରେ ସାଧାରଣା ସଭା ଅନୁଷ୍ଠିତ ହେବା ସହ ସାଂସ୍କୃତିକ କାର୍ଯ୍ୟର୍କମ ହେବ ବୋଲି ସ୍ଥିର କାରାଯାଇଛି ।
ସେହି ଦିନ ବିଜୁ ପଟ୍ଟନାୟକଙ୍କ ଜିବନୀକୁ ନେଇ ଏକ କବିତା ପାଠ ଉତ୍ସବ କରାଯିବା ସହିତ ବିଦ୍ୟାଳୟର ଛାତ୍ରବାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯିବ । ଏହି କାର୍ଯ୍ୟକ୍ରମକୁ ଯୁବ ବିଜେଡି , ମହିଳା ବିଜେଡି ଓ ଛାତ୍ର ବିଜେଡିର କର୍ମକର୍ତା ମନେ ପରିଚାଲନା କରିବେ । ଏବଂ ଏହି କାର୍ଯ୍ୟକ୍ରମରେ ଉଭୟ ସଦର ଓ ଗଁନ୍ଦିଆ ବ୍ଲକର କର୍ମକର୍ତା ଯୋଗଦେବା ସହ ଢେଙ୍କାନାଳ ମୁନିସିପାଲିଟିର ୨୩ଟିଯାକ ୱାଡରୁ ସମସ୍ତ ବିଜୁ ପ୍ରେମୀ , କର୍ମକର୍ତା ଓ ଜନସାଧାରଣ ଯୋଗଦେବାକୁ ବିଧାୟକ ସ୍ରୀ ସାମଲ ଅନୁରୋଧ କରିଛନ୍ତି ।
ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ଉପ-ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ପୁର୍ବତନ ନଗରପାଳ ସୁଧାଶୁଂ ଦଳେଇ, ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ଶଶିକାନ୍ତ ମିଶ୍ର, ଯୁବ ନେତା ଶ୍ରୀକାନ୍ତ ଧଳ, ବିଜେଡି ମହିଳା ସଭାନେତ୍ରୀ ସାଗରିକା ମିଶ୍ର, କାର୍ଯ୍ୟକାରୀ ମହିଳା ସଭାନେତ୍ରୀ ରୁବି ବିଶ୍ୱାଳ, ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର,ବିଧାୟକଙ୍କ ପ୍ରତିନିଧି ଅଜୟ କୁମାର ଭଞ, ଜିଲ୍ଲା ଡିଜିଟାଲ ମେଡିଆ ସମ୍ପାଦକ ଗଙ୍ଗାଧର ରାଉତ, ନଗର ଯୁବ ବିଜେଡି ସଭାପତି ବ୍ରହ୍ମାନନ୍ଦ ସାହୁ, କାଉନସିଲର ଲିପିକା ଦାସ, ଶୁୂଭଲକ୍ଷ୍ମୀ ସାହୁ, ଅଭିମନ୍ୟୁ ପଣ୍ଡା, ସନ୍ଦିପ ଷଡଙ୍ଗି, ସାଗିର ମହମ୍ମଦ, ଦିପ୍ତି ରଞନ ସେଠୀ, ବହ୍ମାନନ୍ଦ ମଲ୍ଲିକ, ସସ୍ମିତା ଭଞ, ପୁର୍ବତନ କାଉନସିଲର ଜ୍ଞାନଚାନ୍ଦ ମିଶ୍ର, ଚାନ ଖାଁ, ମହମ୍ମଦ ଆଫଜଲ , ମହିଳା ବିଜେଡି ସମ୍ପାଦିକା ଉର୍ବଶୀ ମହାପାତ୍ର, ଶ୍ରଦ୍ଧାଞଳୀ ସାହୁ , ପ୍ରଣତି ପଣ୍ଡା, ମାମାଲି ସାହୁ, ରôତନପ୍ରଭା ସାହୁଙ୍କ ସମେତ ଯୁବ, ମହିଳା ଓ ଛାତ୍ର ବିଜେଡିର କର୍ମକର୍ତା ଉପସ୍ଥିତ ରହିଥିଲେ ।