ଜୟଗୋପାଳ ସାହିର ମଠ ପ୍ରାଙ୍ଗଣରେ ୨୪ତମ ଅଷ୍ଟପ୍ରହର ନାମ ଯଜ୍ଞ !

ଢେଙ୍କାନାଳ : ଢେଙ୍କାନାଳ ସହର ବାଜିଚୌକସ୍ଥିତ ଜୟଗୋପାଳ ସାହିର ମଠ ପ୍ରାଙ୍ଗଣରେ ୨୪ତମ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । କୁଞ୍ଜସ୍ଥାପନ, କଳସଯାତ୍ରା, ଅଧିବାସ ଓ ଅଖଣ୍ଡଦ୍ୱୀପ ସ୍ଥାପନ ଅନୁଷ୍ଠିତ ହୋଇଥିଲା । ଆଖପାଖ ଅଂଚଳର ୮ଗୋଟି ସଂକୀର୍ତନ ମଣ୍ଡଳୀଙ୍କ ଦ୍ୱାରା ନାମସଂକୀର୍ତନ ଓ ସଂଧ୍ୟା ସମୟରେ ୧୦୮ ଆଳତୀ ଓ ପ୍ରସାଦସେବନ ଅନୁଷ୍ଠିତ ହୋଇଥିଲା । ଅନ୍ତିମ ଦିନ ନଗରକୀର୍ତନ ଓ ଦଧିହାଣ୍ଡୀ ଭଙ୍ଗାଯାଇଥିଲା । ପୂଜକ ସନ୍ତୋଷ ଦେବତା ପୂଜାର୍ଚ୍ଚନା କରିଥିଲେ । ସଭାପତି ଗୁପ୍ତେଶ୍ୱର ମିଶ୍ର ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳାର ସହିତ ପରିଚାଳିତ କରିଥିଲେ । ସଂପାଦକ ପ୍ରଣବା ନନ୍ଦ ଦାସ, ଗଣେଶ୍ୱର ସାହୁ, ସିକୁ ସେଠୀ, ଜଗା ସେଠୀ ଓ ରମେଶ ବେହେରାଙ୍କ ସମେତ ସାହିର ସମସ୍ତ ଅଧିବାସୀଙ୍କ ସହଯୋଗରେ ନାମଯଜ୍ଞ ସମାପନ ହୋଇଥିଲା ।

Leave A Reply

Your email address will not be published.

three × 5 =