ଢେଙ୍କାନାଳ : ଶ୍ରୀ ଶ୍ରୀ ମଉଡମଣୀ ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ, ମୀନାବଜାରର ବାର୍ଷିକ ପ୍ରତିଷ୍ଠା ଦିବସ ଅଦ୍ୟ ଯଥା ରୀତିନୀତି ଅନୁଯାୟୀ ପାଳନ ହୋଇଯାଇଛି ।
ଏହି ଅବସରରେ ମା’ଙ୍କ ଷୋଡଶ ପୂଜା, ଯଜ୍ଞ, ପଣା ଭୋଗ ଓ ୧୦୮ ଆଳତୀ ସହ ଓ ଅନ୍ନପ୍ରସାଦ ଭୋଗ ଶ୍ରଦ୍ଧାଳୁମାନେ ସେବନ କରିଥିଲେ । ପୂଜକ ନରୋତମ ଦାସ, ଶୁଭେନ୍ଦୁ ନନ୍ଦ, କର୍ତା ନରେନ୍ଦ୍ର କୁମାର ସାହୁ ଓ ଗଣେଶ ବାରିକ ପୂଜା କାର୍ଯ୍ୟ ସଂମ୍ପୂର୍ଣ୍ଣ କରିଥିଲେ ।
ପୂଜା ପ୍ରତିଷ୍ଠାନ ଟ୍ରଷ୍ଟ ସଂପାଦକ ବିରଞ୍ଚି ନାରାୟଣ ସାହୁ, ପୂଜା କମିଟି ସଭାପତି ରବିନାରାୟଣ ମହାନ୍ତି, କାର୍ଯ୍ୟକାରୀ ସଭାପତି ନିରୋଦ କୁମାର ସାହୁ, ଟ୍ରଷ୍ଟି ପ୍ରଫୁଲ୍ଲ କୁମାର ବେହେରା, ପୂଜା କମିଟି ସମ୍ପାଦକ ପିତବାସ ସାହୁ, ଅନ୍ୟ କାର୍ଯ୍ୟକାରୀ କର୍ମକର୍ତା ଦୟାନିଧି ବେହେରା, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ, ବୀରବର ସାହୁ, ଉଦୟନାଥ ବେହେରା, ଶ୍ରୀକାନ୍ତ କୁମାର ମହାପାତ୍ର, ବେଣୁଧର ସାହୁ, ରବିନାରାୟଣ ପଟ୍ଟନାୟକ, ପ୍ରଦୀପ କୁମାର ସାହୁ, ସଦାନନ୍ଦ ସାହୁ, ସୁଧାଂଶୁ କୁମାର ସାହୁ ପ୍ରମୁଖଙ୍କ ତତ୍ୱାବଧାନରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା ।