ଢେଙ୍କାନାଳ ବିଜେପି ଜିଲ୍ଲା ପଦାଧିକାରୀ ବୈଠକ ଅନୁଷ୍ଟିତ !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସର ରେ ଢେଙ୍କାନାଳ ଜିଲ୍ଲା ବିଜେପି ପଦାଧିକାରୀ ବୈଠକ ଅନୁଷ୍ଟିତ ହୋଇଯାଇଛି ।

ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଟିତ ପଦାଧିକାରୀ ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରଂଜନ ମୋଦି ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିବା ସମୟରେ ପୁର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣ ଚନ୍ଦ୍ର ପାତ୍ର , ପୁର୍ବତନ ଜିଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ଭୁଷଣ ପ୍ରଧାନ , ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅଞ୍ଜଳି ବେହେରା ଓ ରାଜ୍ୟକାର୍ଯ୍ୟକାରିଣି ସଦସ୍ୟ ଶତ୍ରୁଘ୍ନ ଜେନା ପ୍ରମୁଖ ଯୋଗଦେଇ ବୁଥ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ସାଙ୍ଗଠନିକ ସ୍ଥିତି ଉପରେ ଆଲୋଚନା କରି ତୃଣମୁଳ ସ୍ତରରୁ ଦଳକୁ ସୁଦୃଢ କରିବାକୁ ପଦାଧିକାରୀଙ୍କୁ ପରାମର୍ଶ ପ୍ରଦାନ କରିଥିଲେ ।

ଜିଲ୍ଲା ଉପସଭାପତି ବିଷ୍ଣୁ ପ୍ରସାଦ ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିବା ସମୟରେ ଉକ୍ତ ବୈଠକରେ ରାଜ୍ୟ କୃଷକ ମୋର୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର , ରାଜ୍ୟ ମହିଳା ମୋର୍ଚା ଉପସଭାନେତ୍ରୀ ନିରୋଜ ନଳିନ ମହାଳିକ,ଜିଲା ସାଧାରଣ ସଂପାଦକ ରାସବିହାରି ବେହେରା ,ସମସ୍ତ ଜିଲ୍ଲାକମିଟି ଉପସଭାପତି, ସମସ୍ତ ସମ୍ପାଦକ , କୋଷାଧକ୍ଷ ସମେତ ସମସ୍ତ ମୋର୍ଚାର ସଭାପତି ମାନେ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଅନ୍ୟତମ ସାଧାରଣ ସମ୍ପାଦକ ସୁନିଲ ଶର୍ମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

20 − 14 =