ଢେଙ୍କାନାଳ : ସହରସ୍ଥିତ ଯାଉଁଳିପୋଖରୀ ମଠ ପ୍ରାଙ୍ଗଣରେ ଥିବା ଶ୍ରୀ ଶ୍ରୀ ରଗୁନାଥଜୀଉଙ୍କର ୪୬ତମ ନବାହ୍ନ ପାରାୟଣ ମହାଯଜ୍ଞ ଅଦ୍ୟ ୨୪ ତାରିଖ ଠାରୁ ଆରମ୍ଭ ହୋଇଯାଇଅଛି ।
ଏହା ଆସନ୍ତା ମାସ ୪ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ରୁଦ୍ରାଭିଷେକ, ଯଜ୍ଞ, ସାଧୁସନ୍ଥମାନଙ୍କ ଦ୍ୱାରା ହନୁମାନ ଚାଳିଷା ପଠନ ଓ ପ୍ରତ୍ୟେକ ସଂଧ୍ୟା ସମୟରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଜି ପ୍ରଥମ ଦିବସରେ ଶ୍ରୀ ଅନ୍ତର୍ଯ୍ୟାମୀ ମହାରାଜଙ୍କୁ ଦ୍ୱାରା ଶିବପାର୍ବତୀ ବିବାହ ଉପରେ ପ୍ରବଚନ ଦେବେ ।
ପ୍ରତ୍ୟେକ ସଂଧ୍ୟା ୬.୩୦ମି. ସମୟରେ ଶ୍ରୀଜୀଉଙ୍କୁ ପାରାୟଣ ମଣ୍ଡପକୁ ବିଜେ, ଆଳତୀ, ଅସ୍ତୁତି ଓ ସାଧୁସନ୍ଥଙ୍କ ଦ୍ୱାରା ଶ୍ରୀରାମ ନାମ ଭଜନ କୀର୍ତନ ଅନୁଷ୍ଠିତ ହେବ । ସଂଧ୍ୟା ସମୟର ମଂଚ ପରିଚାଳକ ତଥା ଉପସ୍ଥାପକ ଶ୍ରୀ ଲକ୍ଷ୍ମୀନାରାୟଣ ଦାସ ମହାପାତ୍ର ଜୀ ମହାରାଜଙ୍କ ଦ୍ୱାରା ଅନୁଷ୍ଠିତ ହେବ ।
ମଠର ମହନ୍ତ ଶ୍ରୀ ବ୍ରହ୍ମାନନ୍ଦ ଦାସଜୀ ମହାରାଜ ଓ ପାରାୟଣ ସମିତି ସଭ୍ୟବୃନ୍ଦ ପ୍ରଭୁଙ୍କ କୃପାଲାଭ କରିବା ପାଇଁ ଢେଙ୍କାନାଳ ସହରର ସମସ୍ତ ଅଧିବାସୀଙ୍କୁ ନିବେଦନ କରିଛନ୍ତି । ମଠର ପ୍ରଭୁପାଦ ଦାସଜୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହେଉଛି ।