ମଠକରଗୋଳା ମହାବିଦ୍ୟାଳୟର ୩୬ ତମ ବାର୍ଷିକୋତ୍ସବ ଅନୁଷ୍ଠିତ !


ଯେଉଁ ସ୍ୱପ୍ନ ଶୋଇବାକୁ ଦେଇନଥାଏ ତାହା ଅସଲ ସ୍ୱପ୍ନ : ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟ ର ୩୬ ତମ ବାର୍ଷିକୋତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଚିତ ରଞ୍ଜନ ଦାଶ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକୋତ୍ସବ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ , ଆମ୍ଭେମାନେ ରାତିରେ ଯେଉଁ ସ୍ୱପ୍ନ ଦେଖୁଛେ ତାହା ସ୍ୱପ୍ନ ନୁହେଁ , ତାହା କଳ୍ପନା, ଦିନରେ ଯାହା ଚିନ୍ତା କରିଥାଉ ତାହାକୁ ରାତିରେ ଆମେ ସ୍ୱପ୍ନ ଦେଖୁ ।
ଯେଉଁ ସ୍ୱପ୍ନ ଶୋଇବାକୁ ଦେଇନଥାଏ, ତାହାହିଁ ବାସ୍ତବରେ ସ୍ୱପ୍ନ । ତୁମେମାନେ ଭବିଷ୍ୟତରେ ଯାହା ହେବାକୁ ସଂକଳ୍ପ ନେଇଛ ,ଆଉ ସେଥିପାଇଁ ନିଷ୍ଠା , ଏକାଗ୍ରତାର ସହ କାର୍ଯ୍ୟ କରିବା ଉଚିତ , ତାହେଲେ ତୁମର ଆଉ ତୁମ ପିତା ମାତାଙ୍କ ସ୍ୱପ୍ନ ସାର୍ଥକ ହେବ ବୋଲି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମାର୍ଗଦର୍ଶନ କରିଥିଲେ ।

ମୁଖ୍ୟ ବକ୍ତା ଭାବେ ସାଂସଦ ମହେଶ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କଲେଜ ପରିଚାଳନା କମିଟି ସଭାପତି ତଥା ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ , ମଠକରଗୋଳା ସରପଞ୍ଚ ଅଜୟ କୁମାର ନାୟକ , ସମିତିସଭ୍ୟା ସନ୍ଧ୍ୟାରାଣୀ ନାୟକ , ଗ୍ରାମ୍ୟ କମିଟି ସଭାପତି ପ୍ରଶାନ୍ତ କୁମାର ଜେନା ପ୍ରମୁଖ ମଞ୍ଚାସୀନ ଥିଲେ ।

ପ୍ରଫେସର ଏସ ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପ୍ରଫେସର ଏସ. ଏସ. ପାତ୍ର , ପି. କେ. ମିଶ୍ର, କେ ସି ପାତ୍ର ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । କୃତୀ ବିଦ୍ୟାର୍ଥୀ ମାନଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

four × three =