ଶତାବ୍ଦୀ ସମାରୋହ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧିରଖିି ପାରିଛି-ସାସଂଦ ମହେଶ ସାହୁ !
ଢେଙ୍କାନାଳ : ସଦର ବ୍ଲକ ବଣସିଂହ ସରକାରୀ ଉପ୍ରା ବିଦ୍ୟାଳୟର ଶତାବ୍ଦୀ ସମାରୋହ ଉଦଘାଟିତ ହୋଇଯାଇଛି । ସାଂସଦ ମହେଶ ସାହୁ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଶତାବ୍ଦୀ ସମାରୋହ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧରଖିି ପାରିଛି । ବଣସଂହି , ଶଙ୍କରପୁର, ଭୂଇଁପୁର ମୌଜାର ମେଧାବୀ ଛାତ୍ରୀଛାତ୍ର, ଚାଷୀ, ଶିକ୍ଷକ, ଇଞ୍ଜିନିୟର ଅଂଚଳର ଗୌରବ ବଢ଼ାଇଛନ୍ତି ବୋଲି ଏମପି ମତବ୍ୟକ୍ତ କରିଥିଲେ ।

ମୁଖ୍ୟ ଅତିଥି ଭାବେ ଜିଲାପାଳ ସରୋଜ କୁମାର ସେଠୀ ଯୋଗଦେଇ ଏଭଳି ସମାରୋହ ଆୟୋଜନ ବିଦ୍ୟାଳୟର ଉନ୍ନତିଦିଗରେ ସହାୟକ ହୋଇପାରିବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ଯୋଗଦେଇ ଶିକ୍ଷକ, ଗୁରୁଜନଙ୍କ କଥା ମାନି ଆଗକୁ ବଢି଼ବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ମାୟାଧର ଶତପଥୀ, ଅଞ୍ଚଳର ପ୍ରଥମ ଇଞ୍ଜିନିୟର ଘନଶ୍ୟାମ ଶତପଥୀ ଏବଂ ଗୋଷ୍ଠୀ ଶିକ୍ଷାଧିକାରୀ ବ୍ରହ୍ମାନନ୍ଦ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଶତାବ୍ଦୀ ସମାରୋହ କମିଟି ସଭାପତି ଜୟନ୍ତ କୁମାର ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିକ୍ରମ ସେଠୀ ବିବରଣୀ ପାଠ କରିଥିଲେ ।
ପୁରାତନ ଛାତ୍ର ବିପିନ ବିହାରୀ ଶତପଥୀ ସ୍ୱାଗତ ଭାଷଣ ଦେଇଥିବାବେଳେ ଆୟୋଜନ କମିଟିଉଦ୍ୟୋକ୍ତା ମନୋଜ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଶିକ୍ଷୟତ୍ରୀଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରୀଛାତ୍ରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସୂଚନାଯୋଗ୍ୟ, ୧୯୦୦ ମସିହାରେ ପ୍ରତିଷ୍ଠିତ ଏହିଶିକ୍ଷାନୁଷ୍ଠାନ ୧୨୩ ବର୍ଷରେ ପଦାର୍ପଣ କରିଛି । ଏହି ଶତାବ୍ଦୀ ସମାରୋହ ୩ଦିନ ଧରିଚାଲିବା