ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ  ସମସ୍ୟା ନେଇ ଜିଲ୍ଲା ଓକିଲ ସଂଘ, ବଣିକ ସଂଘ, ସାମ୍ବାଦିକ ସଂଘ  ଏକତ୍ରିତ ପରିଦର୍ଶନ !

ଢେଙ୍କାନାଳ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାଦ ବିବାଦ ସହିତ ବିଭିନ୍ନ ସମସ୍ୟା ରେ ଉବୁଟୁବୁ ରହୁଥିବା ବେଳେ ଏଠି ନା ପ୍ରଶାସନ, ସାଂସଦ କି ବିଧାୟକ ସମସ୍ତ ଙ୍କ କଥା ଏଠାରେ ପାଣିରେ ଗାର  । 

ଏପରି ବାରମ୍ବାର ଅଭିଯୋଗ କୁ ଦେଖି  ସକାଳୁ ଜିଲ୍ଲା ଓକିଲ ସଙ୍ଘ,ସାମ୍ବାଦିକ ସଂଘ ଓ ବଣିକ ସଙ୍ଘ ପକ୍ଷରୁ ଅଚାନକ ପରିଦର୍ଶନ କରାଯାଇଛି । ପରିଦର୍ଶନ ସମୟରେ ବି ଡାକ୍ତର ନଥିବା ଦେଖିବାକୁ ମିଳିଥିଲା । ଏହା  ସହିତ ବିଭିନ୍ନ ବିଭାଗରେ ନାହିଁ ନଥିବା ଅବ୍ୟବସ୍ଥା ।   ସକାଳ ୮ଟାରୁ ବର୍ହିବିଭାଗ ସମୟ ହୋଇଥିଲେ ହେଁ, ଜଣେବି ଡାକ୍ତର ଆସିନଥିଲେ । ଉତ୍ତେଜନା ଖବର ପାଇ   ଡାକ୍ତର ବିଳମ୍ବରେ ଆସିଥିଲେ ।

ଏନେଇ ଡାକ୍ତର ଙ୍କୁ ପଚାରିବାରୁ ମୂଖ୍ଯ ଡାକ୍ତରଖାନାର ପରିଚାଳନାର ତ୍ରୁଟି ସହିତ ନିଜେ ବିଳମ୍ବ ରେ ଆସିବା କୁ ଏଡାଇ ଦେଇଥିଲେ ଯାହା ଫଳରେ ଚାପା  ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ନିତିଦିନିଆ ଘଟଣା ଘଣ୍ଟାଏ, ଦେଢଘଣ୍ଟା ବିଳମ୍ବରେ ଆସିଥାନ୍ତି । ସେହିପରି ରୋଗୀଙ୍କୁ ଠିକ୍ ଭାବେ ଖାଇବାକୁ ନଦେବା ଆଦି ସମସ୍ୟା ଦେଖିବାକୁ ମିଳିଥିଲା ।

ଏପରି ସମୟରେ ଜନୈକ ଶାସକ ଦଳ ର କାଉସିଲର କିପରି  ରାତିରେ ଚିକିତ୍ସା ପାଇଁ ଆସି ହଟହଟା ହୋଇଥିଲେ ବଖାଣିଥିଲେ ଯାହାକୁ ନେଇ ଉଭୟ ସଙ୍ଘ ସମେତ ଢେଙ୍କାନାଳର ବହୁ ସାମାଜିକ କର୍ମୀ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରତିବାଦ କରିଛନ୍ତି। ତୁରନ୍ତ ଏସବୁ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।

ହସ୍ପିଟାଲରେ ପ୍ରତିଦିନ ଡାକ୍ତରମାନେ ବିଳମ୍ବରେ ଆସିବା ଚିରାଚରିତ ସମସ୍ୟା ହୋଇଥିବା ବେଳେ  ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡୁଛି । ଦୂରଦୂରାନ୍ତରୁ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ଆଶାରେ ଆସୁଥିବା ରୋଗୀ ଚିକିତ୍ସା ନପାଇ ଧାଡିରେ ଛିଡା ହୋଇ ଫେରିଯାଉଛନ୍ତି ଅଥବା ବାହାରେ ବେସରକାରୀ ପରୀକ୍ଷା ଓ ଚିକିତ୍ସାକରି ଖର୍ଚ୍ଚାନ୍ତ ହେଉଛନ୍ତି ।  ଡାକ୍ତରଖାନା ରେ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ଖବର ଦେବାରୁ ଏଡିଏମଓ, ସିଡିଏମଓ ଡା. ଅଶୋକ କୁମାର ଦାଶ ପହଞ୍ଚିବାରୁ ତାଙ୍କୁ ଘେରିଥିଲେ ।

ତେବେ ଦୁଇଦିନ ଭିତରେ ସ୍ବତଃ ରକ୍ତନମୂନା ପରୀକ୍ଷଣ ଯନ୍ତ୍ର ସହ ସମସ୍ତ ଡାକ୍ତର କର୍ମଚାରୀଙ୍କ ବାୟୋମେଟ୍ରିକ ଉପସ୍ଥାପନ ନିଆଯିବ ସହ ଅନ୍ଯାନ୍ଯ ସମସ୍ଯାର ସମାଧାନ କରିଯିବା ସହ ବିଳମ୍ବ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଭବିଷ୍ୟତରେ ଏପରି ହେଲେ ଢେଙ୍କାନାଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ବି ସମସ୍ତ ସଂଘ ପକ୍ଷରୁ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.

nineteen + eight =