ଢେଙ୍କାନାଳ : ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଲିଖିତ ପୁସ୍ତକ “ଏଗଜାମ ଓ୍ୱାରିୟର୍ସ” ବିତରଣ କରାଯାଇଛି ।

ପୁସ୍ତକ ପାଇବା ପରେ ଛାତ୍ରଛାତ୍ରୀମାନେ ଖୁସି ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି । ପରୀକ୍ଷା ସମୟରେ ପିଲା ଓ ସେମାନଙ୍କ ଅଭିଭାବକଙ୍କ ଉପରେ ଥିବା ଚାପକୁ କମାଇବା ଏବଂ ପରୀକ୍ଷାକୁ ନେଇ ଥିବା ଭୟ ଦୂର କରିବା ସହ ବିଭିନ୍ନ ଉପାଦୟ କଥା “ଏଗଜାମ ଓ୍ୱାରିୟର୍ସ” ପୁସ୍ତକରେ ପୁସ୍ତକରେ ବର୍ଣ୍ଣନା କରାଯାଇଛି । ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପରୀକ୍ଷା ସମୟରେ ଭୟ ଓ କୌଣସି ଚାପର ବଶବର୍ତ୍ତୀ ହେବା ଅନୁଚିତ୍ । ପରୀକ୍ଷାକୁ ଏକ ବୋଝ ଭାବେ ନୁହେଁ ବରଂ ଉତ୍ସବ ଭାବେ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଲା ମାନଙ୍କୁ ପରାମର୍ଶ ଦେଇଛନ୍ତି ।
“ଏଗଜାମ ଓ୍ୱାରିୟର୍ସ” ପୁସ୍ତକରେ ଥିବା ନାନା ଉପାଦେୟ କଥା ଛାତ୍ରଛାତ୍ରୀଙ୍କ ଜୀବନର ପ୍ରତି ପରୀକ୍ଷାରେ କାମ ଦେବ । ସଫଳତା ପାଇଁ ଉଭୟ ମନ ଓ ଶରୀରକୁ ସୁସ୍ଥ ରଖିବା ଜରୁରୀ । ଏହା ପିଲା ମାନଙ୍କର ଆତ୍ମବିଶ୍ୱାସକୁ ବଢ଼ାଇବ ।

ଜାତୀୟ ଶିକ୍ଷା ନୀତି – ୨୦୨୦ରେ ବୈଶ୍ୱିକ ନାଗରିକ ପ୍ରସ୍ତୁତ କରିବା ପାଇଁ ପ୍ରାଧାନ୍ୟ ଦିଆଯାଉଛି, ଯେଉଁମାନେ ଭାରତୀୟ ମୂଲ୍ୟବୋଧ “ବସୁଧୈବ କୁଟୁମ୍ବକମ” ଆଧାରରେ ମାନବତାର କଲ୍ୟାଣ ପାଇଁ ପ୍ରତିଜ୍ଞାବଦ୍ଧ ରହିବେ । ୨୦୩୬ ମସିହାକୁ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ ।
ସେହିପରି ଆମ ଦେଶ ଭାରତ ୨୦୪୭ରେ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ । ଏହି ସମୟ ମଧ୍ୟରେ ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବରେ ଗଢ଼ି ତୋଳିବା ପାଇଁ ପ୍ରଧାନମନ୍ତ୍ରୀଙ୍କର କଳ୍ପନା ରହିଛି । ଏଥିପାଇଁ ଏହି କାଳଖଣ୍ଡରେ ଛାତ୍ରଛାତ୍ରୀଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ କେନ୍ଦ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।