ଢେଙ୍କାନାଳ : ପ୍ରସିଦ୍ଧ ଜାଗର ଯାତ୍ରା ଉପଲକ୍ଷେ ଢେଙ୍କାନାଳ ର ବିଭିନ୍ନ ମନ୍ଦିର ଗୁଡିକ ରେ ପ୍ରବକ ଜନ ସମାଗମ ପାରିଲକ୍ଷିତ ହୋଇଥିଲା ।
ସହର ସ୍ଥିତ ଦକ୍ଷିଣ କାଳୀ ମନ୍ଦିର ରେ ଜାଗର ଜାଳିବା ପାଇଁ ହଜାର ହଜାର ଭକ୍ତ ଙ୍କ ସମାବେଶ ହୋଇଥିଲା ।ଏହି ଉପ ଲକ୍ଷେ ଭକ୍ତ ମାନଙ୍କ ସୁବିଧା ସକାଶେ ଢେଙ୍କାନାଳ ଥିଙ୍କର୍ସ ଫୋରମ ତରଫରୁ ଦକ୍ଷିଣକାଳୀ ମନ୍ଦିର ସାମ୍ନା ରେ ଏକ ମାଗଣା ଜୋତା ଷ୍ଟାଣ୍ଡ ର ବ୍ୟବସ୍ଥା କରାଯାଇଥିଲା ।
ଫୋରମ ର ସଭାପତି ସୋମେନ୍ଦୁ ଶତପଥୀ, ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ ଏବଂ ସାମାଜିକ କାର୍ଯ୍ୟକ୍ରମ ସହ ପ୍ରମୁଖ ଅବିନାଶ ପଟ୍ଟନାୟକ, ସଦସ୍ୟ ଉରଜିତ ଶତପଥୀ ପ୍ରମୁଖ ପରିଚାଳନା କରିଥିଲେ ।