ଢ଼େଙ୍କାନାଳ : ଖଣି ଇସ୍ପାତ ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏବଂ ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ଙ୍କ କରକମଳରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ ଥାକିଆ ବିଶିଷ୍ଟ ୫୩ନମ୍ବର ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ବାରିହାପୁର ଠାରୁ ପରଜଙ୍ଗ ବସଷ୍ଟାଣ୍ଡ ଦେଇ ହାତିଲୋଚାଣି ଛକ ରାସ୍ତା ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ପୂର୍ତବିହାଗ ରାସ୍ତାର ଉନ୍ନତି କରଣ ର ଭିତ୍ତି ପ୍ରସ୍ତର ସ୍ଥାପନ ର ଶୁଭ ଉଦ୍ଘାଟନ କରାଗଲା ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଦସ୍ୟ ନିରାକାର ପ୍ରଧାନ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଆତ୍ମା ଅଧକ୍ଷ ଅକ୍ଷୟ ବେହେରା,ବିଜେଡି ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି,ବିଜୁ ଯୁବ ସଭାପତି ସୁବ୍ରତ ଦାସ,ବିଜେଡି ଜିଲ୍ଲା ଉପସଭାପତି ଗୌତମ ପାଣି,ସମବାୟ ସମିତି ର ଡାଇରେକ୍ଟର ଭୂପେଶ ପ୍ରଧାନ ଏବଂ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ମାନ୍ୟବର ବିଧାୟକ ଉନ୍ନତି କରଣ କାର୍ଯ୍ୟର ଶୁଭ ଉଦଘାଟନ କରି କହିଥିଲେ ରାଜ୍ୟ ସରକାର ସବୁବେଳେ ସବୁ ସମୟରେ ଲୋକାଭିମୁଖୀ ଯୋଜନା, ଜନକଲ୍ୟାଣ କାର୍ଯ୍ୟ ପାଇଁ ଗୁରୁତ୍ଵ ଦେଇ ଆସି ଅଛନ୍ତି ଲୋକମାନଙ୍କୁ ସଚେତନ କରାଇବାର ସହ ବକ୍ତବ୍ୟ ଶେଷ କରିଥିଲେ ।