ଭୁବନ ମା’ ବ୍ରାହ୍ମଣୀ ଦେବୀ ପାଣି ପଞ୍ଚାୟତ ସମ୍ମାନୀତ !

ଢେଙ୍କାନାଲ : ଭୁବନ ବ୍ଲକ ଧଳପଡା ପଂଚାୟତ ଅନଳ ଗ୍ରାମ ର ମା’ ବ୍ରାହ୍ମଣୀ ଦେବୀ ପାଣି ପଂଚାୟତ କୁ ରାଜ୍ୟ ସ୍ତରୀୟ ପାଣି ପଂଚାୟତ ଉଦଯାପନୀ ଉତ୍ସବରେ ସମ୍ମାନୀତ କରାଯାଇଛି ।

ଭୁବନେଶ୍ୱରସ୍ଥ ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ଜଳସଂପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ , ସଚିବ ଅନୁ ଗର୍ଗ ଙ୍କ ଉପସ୍ଥିତିରେ ପାଣି ପଂଚାୟତ ସଭାପତି ରମେଶ ଚନ୍ଦ୍ର ସାହୁ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଦତ ପୁରସ୍କାର , ମାନପତ୍ର ଓ ନଗଦ ୫୦ ହଜାର ଟଙ୍କା ଗ୍ରହଣ କରିଥିଲେ ।

ଢେଙ୍କାନାଳ ଜିଲ୍ଲାର ଏକମାତ୍ର ବୃହତ ଜଳସେଚନ ଜାଇକା ପ୍ରକଳ୍ପ ରେଙ୍ଗାଳି ବାମ କେନାଲର ରକ୍ଷଣାବେକ୍ଷଣ , ସେଚଜଳର ସୁଷମ ବଣ୍ଟନ ତଥା ପାଣି ପଂଚାୟତର ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ଜଳସମ୍ପଦ ବିଭାଗ ତରଫରୁ ଏହି ସମ୍ବର୍ଦ୍ଧନା ଦିଆଯାଇଥିଲା ।

Leave A Reply

Your email address will not be published.

5 × 5 =