ଢ଼େଙ୍କାନାଳ: ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ପ୍ରସିଦ୍ଧ ଶୈବ ପୀଠ ବାବା ବୁଦ୍ଧେଶ୍ୱର ମନ୍ଦିରରେ ପବିତ୍ର ଶିବ ରାତ୍ରି ଜାଗର ମହାସମାରୋହରେ ପାଳିତ ହୋଇଯାଇଛି । ଜାଗର ଯାତ୍ରାକୁ ସୁଚାରୁ ରୂପେ ପରିଚାଳନା କରିବାକୁ ବୃଦ୍ଧେଶ୍ୱର ମନ୍ଦିର ନୂତନ ପରିଚାଳନା କମିଟି ତରଫରୁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଇଛି ।
ପ୍ରାତଃ କାଳରୁ ଅପରାହ୍ନ ଯାଏ ହଜାର ହଜାର ଶୈବ ଭକ୍ତ ବେଶ ଶଙ୍ଖଳାର ସହ ଧାଡିରେ ଛିଡାହୋଇ ମନ୍ଦିରରେ ବାବାଙ୍କ ଦର୍ଶନ କରିଥିଲେ । ସନ୍ଧ୍ୟାଠାରୁ ମନ୍ଦିରରେ ଧିରେଧିରେ ଗହଳି ବଢିଥିଲା । ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତମାନେ ନିଜର ତଥା ନିଜ ପରିବାରର ମଙ୍ଗଳ କାମନାର୍ଥେ ରାତ୍ର ଉଜାଗର ରହି ଦୀପ ଜାଳଥିଲେ । ସଂନ୍ଧ୍ୟା ଠାରୁ ଭଜନ ପରିବେଷଣ କରାଯାଉଛି । ମଧ୍ୟରାତ୍ରିରେ ମୁଖ୍ୟ ପୁରୋହିତଙ୍କ ତତ୍ୱାବଧାନ ରେ ରାତ୍ର ୩ ଘଟିକା ସମୟରେ ମହାଦୀପ ପ୍ରଜ୍ୱଳନ ନିମନ୍ତେ ସମସ୍ତ ପ୍ରସ୍ତୁତି ହୋଇଥିବା ମନ୍ଦିର କମିଟି ତରଫରୁ ଜଣାପଡିଛି ।
ମନ୍ଦିର ପରିଚାଳନା କମିଟି ସଭାପତି ସନାତନ ସାହୁ ଙ୍କ ସମେତ ସମସ୍ତ ସଭ୍ୟ ସହଯୋଗ କରିଥିଲେ । ଜ୍ୟୋତିଷ କୁମାର ସାହୁ ଙ୍କ ଦ୍ୱାରା ମୁରୁଜରେ ନିର୍ମିତ ଶିବ ପାର୍ବତୀ ଙ୍କ ଜୀବନ୍ତ ପ୍ରତିମା ବେଶ ଆକର୍ଷଣ ହୋଇଥିଲା । ସେହିପରି ଛତାମଠର କାଶୀ ବିଶ୍ୱନାଥ ମନ୍ଦିର, ନୁଆଭୁବନ ଶିବ ମନ୍ଦିର, ଧଳପଡ଼ାର ମଝିପାଳସ୍ଥ ବରାଳ ବାଲୁଙ୍କେଶ୍ୱର , କେନ୍ଦୁପଡା ଶିବ ମନ୍ଦିର ,ଦେଉଳସାହି ଶିବ ମନ୍ଦିର , ନୁଆଗଡ ଶିବ ମନ୍ଦିର , ଲହଡା ,ଗୋଡା ,ମନ୍ଦାର , ଶିବ ମନ୍ଦିର , ନିଳକଣ୍ଠପୁର ସ୍ୱପ୍ନେଶ୍ୱର ,ଯମୁନାକୋଟର ଯମୁନେଶ୍ୱର, ଓଡିଶର ଝରଣେଶ୍ୱର, ବ୍ରହ୍ମକୁଣ୍ଡ, ଚର୍ଚ୍ଚିକା ପୀଠ , ଜିରାଳର ଜଳେଶ୍ୱର ମହାଦେବ, ମାର୍ଥାପୁର ଶିବ ମନ୍ଦିର, ପାହାଚ ପୋଖରୀ ଶିବ ମନ୍ଦିର, ବ୍ରହ୍ମେଶ୍ୱର ଶିବ ମନ୍ଦିର, ଅଷ୍ଟଶମ୍ଭୁ, ନିମେଇପୁର ଶିବ ମନ୍ଦିର, ମହୁଳପାଳ ଶିବ ମନ୍ଦିର, ଭୁଷଳ ଶିବମନ୍ଦିର, ମଠକରଗୋଳା, କିର୍ତନପୁର ଶିବ ମନ୍ଦିର, ଗଡଗଁପୁର ଶିବ ମନ୍ଦିର, ବାଉଁଶକଣ ଶିବମନ୍ଦିର, ଅନନ୍ତପୁର ଶିବ ମନ୍ଦିରରେ ଭଜନ କୀର୍ତନ ସହ ଜାଗର ପାଳନ ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ଭୁବନ ପୋଲିସ୍ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।