ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ୍‌ଶୃଙ୍ଖଳା ବିରୁଦ୍ଧରେ ଢେଙ୍କାନାଳ ଭାଜପାର ଗଣବିକ୍ଷୋଭ !

ଢେଙ୍କାନାଳ : ଓଡିଶା ସରକାରରେ ଥିବା ସ୍ୱାସ୍ଥ୍ୟ ବିଭାଗ କ୍ୟାବିନେଟ୍ ମନ୍ତ୍ରୀ ନବ କିଶୋର ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ଗୃହ ବିଭାଗର ଜଣେ ପୋଲିସ୍ କର୍ମଚାରୀ ଗୁଳିମାରି ହତ୍ୟା କରିବା ଘଟଣା ରହସ୍ୟାବୃତ ହୋଇ ରହିଥିବାବେଳେ ବିଜେଡି ସରକାର ସେହି ଘଟଣାର ସତ୍ୟାସତ୍ୟ ପଦାକୁ ନଆଣିବା ପରିପ୍ରେକ୍ଷୀରେ ଆଜି ଭାରତୀୟ ଜନତା ପାର୍ଟି ଢେଙ୍କାନାଲ ଜିଲ୍ଲା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଗଣଧାରଣା ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।

ଏହି ବିଶାଳ ଗଣଧାରଣାରେ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଯେଭଳି ଭାବରେ ଗୁଳିକରି ହତ୍ୟା କରାଗଲା ସେଥିରୁ ପ୍ରମାଣିତ ହେଉଛି ସାରା ରାଜ୍ୟରେ ଆଜି ଆଇନ୍‌ଶୃଙ୍ଖଳା ପ୍ରତି ଜନସାଧାରଣଙ୍କର ଆସ୍ଥା ତୁଟି ଯାଇଛି । ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ ପ୍ରକ୍ରିୟା ସଠିକ୍ ଓ ନୀରପେକ୍ଷ କ୍ରାଇମ୍‌ବ୍ରାଂଚ ଦ୍ୱାରା ହୋଇପାରିବ ନାହିଁ ବୋଲି ସାରା ରାଜ୍ୟରେ ଗୁଞ୍ଜରଣ ସୃଷ୍ଟି ହୋଇଛି ।

ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ଭାରତୀୟ ଜନତା ପାର୍ଟି କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ଉପରେ ଭରଷା କରୁନାହିଁ, କାରଣ ହତ୍ୟା ଘଟଣାରେ ସଂପୃକ୍ତ ଅଭିଯୁକ୍ତ ପୋଲିସ୍ କର୍ମଚାରୀଙ୍କୁ ପୋଲିସ୍ ହେପାଜତରେ ରଖିଥିଲେ ସୁଦ୍ଧା ସଠିକ୍ ସମୟରେ ହତ୍ୟା ସଂପର୍କିତ କାଗଜ ଟୁକୁଡା ଜବତ ନକରିବା ଆଜିର ତଦନ୍ତ ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ଭୂଷଣ ପ୍ରଧାନ ତାଙ୍କ ବକ୍ତବ୍ୟରେ ରାଜ୍ୟ ତଥା ଜିଲ୍ଲାରେ ଚାଲିଥିବା ଦୁର୍ନୀତିଗସ୍ତ ବିଜେଡି ସରକାର ସବୁ କ୍ଷେତ୍ରରେ ଏକ୍‌ଚାଟିଆ ମନୋଭାବ ପୋଷଣ କରି ସାଧାରଣ ଜନତାଙ୍କର ନ୍ୟାର୍ଯ୍ୟ ଦାବୀକୁ ଉପେକ୍ଷା କରିଚାଲିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଭଳି ଭାବେ ଦୁର୍ନୀତି କରିଚାଲିଛନ୍ତି, ଗରିବ ଓ ନିଷ୍ପେସିତ ଲୋକଟିଏ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଂଚିତ ହେଉଛି ।

ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅଞ୍ଜଳି ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତୃଘ୍ନ ଜେନା, ଲୋକସଭା ସଂଯୋଜକ ପ୍ରେମାନନ୍ଦ ଜେନା, ରାଜ୍ୟ କୃଷକମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର ପ୍ରମୁଖ ଏହି ବିକ୍ଷୋଭରେ ଯୋଗଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ଘଟଣାର ତଦନ୍ତ ବାଟବଣା ହେବାରେ ଲାଗିଛି ଏବଂ ଏହି ଘଟଣାରେ ବିଜେଡି ସରକାର କ୍ରାଇମ୍‌ବ୍ରାଂଚ ଦ୍ୱାରା ପ୍ରମାଣ ନଷ୍ଟ କରିବା ପାଇଁ ରାସ୍ତା ତିଆରି କରୁଛନ୍ତି । ହତ୍ୟାକାରୀକୁ ତଦନ୍ତ ବାହାନାରେ ବିଭିନ୍ନ ପ୍ରକାର ଟେଷ୍ଟ କରାଇ ଜନସାଧାରଣଙ୍କ ନିକଟରେ ପ୍ରହେଳିକା ସୃଷ୍ଟି କରୁଛନ୍ତି ଏବଂ ବିଗତ ଦିନମାନଙ୍କରେ ବିଭିନ୍ନ ବହୁଚର୍ଚ୍ଚିତ ଦୃଷ୍ଟାନ୍ତ ଅପରାଧମୁଳକ ଘଟଣା ଭଳି ଏହି ଘଟଣାକୁ ମଧ୍ୟ ଚପାଇ ଦେଉଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ନଗରପାଳିକା ଜୟନ୍ତୀ ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ, ଜିଲ୍ଲା ଉପସଭାପତି ପବିତ୍ର କୁମାର ବିଶ୍ୱାଳ, ମାତୃପ୍ରସାଦ ନନ୍ଦ, ଭାରତୀ ସ୍ୱାଇଁ, ଇତିଶ୍ରୀ ସାହୁ, ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଦୀପକ କୁମାର ଗୋଚ୍ଛାୟତ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଏମ୍‌ଜେ ମହିମା, ବରିଷ୍ଠ ନାଗରିକ ସେଲ୍ ଆବାହକ ପ୍ରମୋଦ ନନ୍ଦ, ମହିଳାମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁ, କାମାକ୍ଷାନଗର ନଗର ସଭାପତି ବିଭୁ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ରାଜ୍ୟରେ ଚାଲିଥିବା ଭ୍ରଷ୍ଟାଚାରୀ, ଦୁର୍ନୀତିଗସ୍ତ, ବିଜେଡି ସରକାରକୁ ତୀବ୍ର ସମାଲୋଚନା କରିବା ସହ ବିଗତ ଦିନମାନଙ୍କରେ ମମିତା ମେହର ହତ୍ୟାକାଣ୍ଡ, କୁନ୍ଦୁଲି ଗଣଦୁଷ୍କର୍ମ, ଶିଶୁ ଅପହରଣ, ଯାଜପୁରର ସ୍ମିତାରାଣୀ ହତ୍ୟାକାଣ୍ଡ ଭଳି ଅନେକ ଘଟଣା ରାଜ୍ୟ ସରକାର ଦ୍ୱାରା କ୍ରାଇମ୍‌ବ୍ରାଂଚ ତଦନ୍ତ କରିଥିଲେ ମଧ୍ୟ ସୁଫଳ ନମିଳିବା ଦୁର୍ଭାଗ୍ୟଜନକ ଘଟଣା ।

ଏଥିରୁ ରାଜ୍ୟ ସରକାରର ଅପାରଗତା ତଥା ଏକଛତ୍ରବାଦୀ ଶାସନର ନମୁନା ପ୍ରମାଣିତ ହେଉଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶତାଧିକ କାର୍ଯ୍ୟକର୍ତା ଏହି ବିକ୍ଷୋଭରେ ସାମିଲ୍ ଥିଲେ । ଏହିପରେ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ସର୍ବଶେଷରେ ଜିଲ୍ଲା ସମ୍ପାଦକ ସୁଶାନ୍ତ ପତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

5 × 4 =